ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ : ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରେ ଦେଖା ଦେଇଛି ନିର୍ବାଚନୀ ହିଂସା

29

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ୩୦ଟି ଜିଲ୍ଲାର ୬୫ ବ୍ଲକରେ ଶେଷ ହୋଇଛି ମତଦାନ । ଚଳିତ ପର୍ଯ୍ୟାୟରେ ମୋଟ ୧୭୫ଟି ଜିଲ୍ଲା ପରିଷଦ, ୧୩୯୪ ସରପଂଚ ଓ ସମିତି ସଭ୍ୟଙ୍କ ପାଇଁ ଭୋଟିଂ ହେଉଛି । ଏହି ୧୩୯୪ ଗ୍ରାମ ପଂଚାୟତର ୧୮ ହଜାର ୮୫୯ ୱାର୍ଡରେ ମତ ଗ୍ରହଣ କରାଯାଉଛି ।

ତେବେ ଏହାକୁ ନେଇ ମଧ୍ୟ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଅଧିକ ହିଂସା ଦେଖିବାକୁ ମିଳିଛି ଗଞ୍ଜାମରେ । ଗଞ୍ଜାମର ୫ଟି ବ୍ଲକରେ ନିର୍ବାଚନ ହୋଇଥିଲା । ଯେଉଁଥିରେ କି ୧୪ଟି ଜିଲ୍ଲା ପରିଷଦ ଓ ୧୯୦ଟି ସରପଂଚ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଥିଲା । ମାତ୍ର ଏହାର ଗୋଟେ ଦିନ ପୂର୍ବରୁ ବୁଗୁଡା, ପୋଲସରା,କବିସୂର୍ଯ୍ୟନଗର, ପାଙ୍ଗିରିହୁମା ଆଦି ସ୍ଥାନରେ ବିଭିନ୍ନ ଛୋଟ ବଡ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

ଗତକାଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଗାଡିକୁ ଢେଲାମାଡ କରାଯାଇଥିଲା । ଅନ୍ୟପଟେ ଗତକାଲି ମଧ୍ୟ ବୁଗୁଡା ବ୍ଲକର ପାଙ୍ଗିଡି ଗ୍ରାମର ଦୁଇ ବ୍ୟକ୍ତିଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-