ଅଭିନେତ୍ରୀଙ୍କ ୧୧.୩୦ ଲକ୍ଷର ପେମେଣ୍ଟ ବାକି, ଇଭେଣ୍ଟ ମ୍ୟାନେଜରଙ୍କ ନାଁରେ ମାମଲା ରୁଜୁ କଲେ ଏହି କଳାକାର

26

ଜୀ ଟିଭିରେ ପ୍ରସାରିତ ହୋଉଥିବା ଧାରାବାହିକ ‘କୁମକୁମ ଭାଗ୍ୟ’ରେ ନିଜ ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଶିଖା ସିଂ ଏବେ ଚର୍ଚ୍ଚାରେ । ସେ ନିକଟରେ ଜଣେ ଇଭେଣ୍ଟ ମ୍ୟାନେଜରଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । ସୂଚନା ଅନୁସାରେ ଇଭେଣ୍ଟ ମ୍ୟାନେଜର ଜଣକ ଶିଖାଙ୍କର ୧୧.୩୦ ଲକ୍ଷ ଟଙ୍କାର ପେମେଣ୍ଟ ବାକି ରଖିଛନ୍ତି ।

ରିପୋର୍ଟ ଅନୁସାରେ ଗତବର୍ଷ ନଭେମ୍ବରରେ ଦୀପକ ଚତୁର୍ବେଦୀ ନାମକ ଇଭେଣ୍ଟ ମ୍ୟାନେଜର ଆଫ୍ରିକାର ଘାନାରେ ଏକ ଇଭେଣ୍ଟର ଆୟୋଜନ କରିଥିଲେ ଯେଉଁଥିରେ ସେ ଶିଖାଙ୍କୁ ଡକାଇଥଲେ । କୁହାଯାଉଛି ଯେ ଶିଖା ଏବଂ ଇଭେଣ୍ଟ ମ୍ୟାନେଜରଙ୍କ ମଧ୍ୟରେ ୧୨ ଲକ୍ଷର ଚୁକ୍ତି ହୋଇଥିଲା । ଇଭେଣ୍ଟ ପୂର୍ବରୁ ଦୀପକ ଶିଖାଙ୍କୁ ୭୦ ହଜାର ଟଙ୍କାର ଆଡଭାନ୍ସ ପେମେଣ୍ଟ କରିଥିଲେ । ଏବଂ ୧୧.୩୦ ଲକ୍ଷ ଟଙ୍କା ଇଭେଣ୍ଟ ପରେ ଦେବାକୁ କହିଥିଲେ । କିନ୍ତୁ ଇଭେଣ୍ଟ ହେବାର ଚାରି ମାସ ବିତିଯିବା ପରେ ମଧ୍ୟ ଶିଖାଙ୍କୁ ନିଜର ବଳକା ଟଙ୍କା ମିଳି ନାହିଁ । ଏହାପରେ ଶିଖା ଦୀପକଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଇଛନ୍ତି ।

ଅନ୍ୟପକ୍ଷପରେ ଶିଖା କହିଛନ୍ତି ଯେ, ‘ଦୀପକଙ୍କୁ ମୁଁ ଡରୁ ନାହିଁ । ତାଙ୍କ ବରୋଧରେ ମାମଲା ରୁଜୁ କରିଛି ।’ ପୋଲିସ ଦୀପକଙ୍କ ବିରୋଧରେ ଆଇପିସିର ଧାରା ୪୨୦ ଅନୁସାରେ ମାମଲା ରୁଜୁ କରିଛି ।