ଭାରତୀୟ ସେୟାର ବଜାରର ହେଲା ରେକର୍ଡ : ସେନସକ୍ସ ୩୭୪୨୯, ନିଫ୍ଟ ୧୧୩୦୦ରେ ପହଞ୍ଚିଲା !

30

କନକ ବ୍ୟୁରୋ : ସେୟାର ବଜାରରେ ଗତ ସପ୍ତାହରୁ ହିଁ ରେକର୍ଡ ଦେଖିବାକୁ ମିଳିଛି । ତେବେ ସୋମବାର ବଜାର ସମସ୍ତ ରେକର୍ଡକୁ ପଛରେ ପକାଇଛି । ତେବେ ସପ୍ତାହର ଆରମ୍ଭରୁ ହିଁ ସେନସକ୍ସ ୯୨.୮୪ ଅଙ୍କ ବଢି ୩୭୪୨୯.୬୯ ରେ ପହଞ୍ଚିଥିବା ଜଣାପଡିଛି । କେବଳ ସେନସକ୍ସ ନୁହେଁ ବରଂ ନିଫଟ ମଧ୍ୟ ବଢିବାର ଦେଖାଦେଇଛି । ନିଫଟ ୨୧.୧୦ ଅଙ୍କ ବଢି ୧୧୨୯୯.୫୦ ରେ ପହଞ୍ଚିଛି । ତେବେ ଏଠାରେ ପଇସା ଲଗାଇଥିବା ଲୋକମାନଙ୍କ ମଧ୍ୟରେ ଖୁସି ଦେଖାଯଇଛି । ତେବେ କାମ ଆରମ୍ଭରୁ ଏପରି ବଢିବାରୁ ସମସ୍ତେ ବେଶ ଖୁସି ଥିବା ଦେଖାଯାଇଛି । ଏହାସହ ଭାରତୀୟ ଷ୍ଟେଟବ୍ୟାଙ୍କ, ଆଇସିଆଇସିଆଇ ଓ ରେଳ ବିଭାଗର ମଧ୍ୟ ସେୟାର ବଢିଥିବା ଖବର ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଆଇସିଆଇସିଆଇ ବ୍ୟାଙ୍କ ସେୟାରରେ ୨.୨୯ ବଢିଥିବା ସୂଚନା ମିଳିଛି । ତେବେ ଗତ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ଏହା କମିବାର ଦେଖାଦେଇଥିଲା । ତେବେ ସକାଳ ସାଢେ ନଅ ସୁଦ୍ଧା ଭାରତୀୟ ସେୟାର ବଜାରରେ ଅଙ୍କ ୩୭୪୦୯.୮୮ ରେ ପହଞ୍ଚିଥିବା ବେଳେ ନିଫଟ ୧୧୨୯୯.୯୫ ରେ ପହଞ୍ଚିଛି । ତେବେ ସପ୍ତାହର ପ୍ରଥମ ଦିନରୁ ଏପରି ହେବାରୁ ଲୋକମାନେ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ସୋମବାର ଡଲାର ତୁଳନାରେ ୫ ପଇସା କମି ୬୮.୭୦ ପଇସାରେ ରହିଥିବା ନେଇ ସୂଚନା ମିଳିଛି । ତେବେ ଭାରତରେ ଏପରି ଭାବରେ ରେକର୍ଡସ୍ତରକୁ ପ୍ରଥମଥର ସେନସକ୍ସ ପହଞ୍ଚିଥିବା ନେଇ ସୂଚନା ମିଳିଛି ।