ଲୋକପ୍ରିୟ ସୋ’ ଖତରୋଁ କେ ଖିଲାଡ଼ିର ବିଜେତା ହେଲେ ଶାନ୍ତନୁ ମାହେଶ୍ୱରୀ !

22

‘ଖତରୋଁ କେ ଖିଲାଡ଼ି’ର ବିଜେତା ହେଲେ ଡାନ୍ସର ଶାନ୍ତନୁ ମାହେଶ୍ୱରୀ । ଅନ୍ୟ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ସେ ରୋହିତ ସେଟ୍ଟୀଙ୍କ ‘ଖତରୋଁ କେ ଖିଲାଡ଼ି-୮’ ଜିତିଛନ୍ତି । ଶାନ୍ତନୁ ଫାଇନାଲରେ ଜବରଦସ୍ତ ଷ୍ଟଣ୍ଟ୍ କରି ରବି ଦୁବେ ଓ ହିନା ଖାନଙ୍କୁ ହରାଇ ଟ୍ରଫି ହାସଲ କରିଛନ୍ତି । ଶାନ୍ତନୁ ମାହେଶ୍ୱରୀ ଓ ହିନା ଖାନଙ୍କ ମଧ୍ୟରେ ହୋଇଥିଲା ଶେଷ ପ୍ରତିଯୋଗତା । ପୁରସ୍କାର ସ୍ୱରୂପ ଶାନ୍ତନୁଙ୍କୁ ୨୦ ଲକ୍ଷ ଟଙ୍କା ଓ ଏକ ଗାଡ଼ି ମଧ୍ୟ ମିଳିଛି । ଶାନ୍ତନୁ ସୋରେ ଖୁବ ଭାବିଚିନ୍ତି ଓ ମାନସିକ ସନ୍ତୁଳନ ରକ୍ଷା କରି ଅନେକ ଷ୍ଟଣ୍ଟ୍ କରିଥିଲେ । ସେ ମାତ୍ର ଗୋଟିଏ ଏଲିମିନେସନ୍ ରାଉଣ୍ଡକୁ ଯାଇଥିଲେ । ସେ ନିଜର ମାନସିକ ଦକ୍ଷତା ଓ ସନ୍ତୁଳନ ଯୋଗୁଁ ସମସ୍ତ ଷ୍ଟଣ୍ଟ ବହୁତ ନିଆରା ଅନ୍ଦାଜରେ ପ୍ରର୍ଦଶନ କରିଥିଲେ । ସୋ’ରେ ସମସ୍ତ ପ୍ରତିଯୋଗୀ ଶାନ୍ତନୁଙ୍କୁ ଚ୍ୟାଲେଞ୍ଜ ମାନୁଥଲେ ।

ଟେଲିଭିଜନ ତାରକା ନିଆ ଶର୍ମା ଓ ମୋନିକା ଡୋଗ୍ରା ଶାନ୍ତନୁଙ୍କୁ ଜେଣେ ଭଦ୍ର ବ୍ୟକ୍ତି ବୋଲି କୁହନ୍ତି । ଶାନ୍ତନୁ ଏହି ସୋର ବିଜେତା ହୋଇଥିବାରୁ ନିଜର ଖୁସି ବାଣ୍ଟି କହିଛନ୍ତି, ମୁଁ ବିଲକୁଲ ଆଶା କରିନଥିଲି ଯେ ମୁଁ ବିଜେତା ହେବି । ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିପାରିବି ବୋଲି ମଧ୍ୟ ଆଶା କରିନଥିଲି । ଏହି ସୋ’ରେ ମୁଁ ଅନେକ ଡରକୁ ଦୂର କରିଛି । ଅନେକ କିଛି ଶିଖିବା ପାଇଁ ମଧ୍ୟ ମିଳିଛି ବୋଲି ଶାନ୍ତନୁ କହିଛନ୍ତି । ନିୟା ଶର୍ମା, ମୋନିକା ଡୋଗ୍ରା ରିତଭିକ ଧନଜାନୀ, ରବି ଦୁବେ ଆଦି ଏହି ସୋର ପ୍ରତିଯୋଗୀ ଥିଲେ ।

ସୋର ଶେଷ ପର୍ଯ୍ୟାୟରେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ସିନେମା ‘ଗୋଲମାଲ ଏଗେନ୍’ ର ଷ୍ଟାରକାଷ୍ଟ ଅଭୟ ଦେବଗନ୍, ଶ୍ରେୟସ୍ ତଲପଡ଼େ, ଅରସଦ ୱାରର୍ସି ତୁଷାର କପୁର, କୁନାଲ ଖେମୁ ଓ ତବୁ ଆଦି ଯୋଗ ଦେଇଥିଲେ । ରୋହିତଙ୍କ ଏହି ସିନେମା ଦୀପାବଳି ଅବସରରେ ରିଲିଜ ହେବ ।