ପୁରୀରେ ବିଜେପି ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ମହାଅଧିବେଶନ: ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ, କାଲି ଆସିବେ ଅମିତ ଶାହା

86

କନକ ବ୍ୟୁରୋ : ପୁରୀରେ ଆରମ୍ଭ ହୋଇଛି ବିଜେପି ଜନଜାତି ଜାତୀୟ ମହାଅଧିବେଶନ । ଆଜି ଓ କାଲି ଦୁଇ ଦିନ ଧରି ଏହି ଅଧିବେଶନ ଚାଲିବ । ଏହି ଅଧିବେଶନରେ ବିଜେପିର ବହୁ ହେଭିୱେଟ୍ ନେତା ସାମିଲ ହେବେ । ଆଜି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ତ୍ରିପୁରାର ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଆସନ୍ତାକାଲି ବିଶାଳ ଆଦିବାସୀ ରାଲି କରିବାକୁ ଯୋଜନା କରିଛି ଆଦିବାସୀ ମୋର୍ଚ୍ଚା । ଏହି ରାଲିରେ ଲକ୍ଷେ ଜନଜାତିର ଲୋକଙ୍କୁ ଏକାଠି କରିବାକୁ ଯୋଜନା କରିଛି ବିଜେପି । ଆସନ୍ତାକାଲି ଏହି ମହାସମାବେଶରେ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।