ରାଜଧାନୀରେ ପୁଣି ଠାବ ହେଲା ସେକ୍ସ ରାକେଟ୍ ! ପୋଲିସ ଜାଲରେ ରାଣୀ ମହୁମାଛି

162

କନକ ବ୍ୟୁରୋ : ରାଜଧାନୀରେ ପୁଣି ଠାବ ହେଲା ସେକ୍ସ ରାକେଟ୍ । ପୋଲିସ ଜାଲରେ ପଡିଲା ରାଣୀ ମହୁମାଛି । ଭୁବନେଶ୍ୱର ଏକାମ୍ର ପାର୍କ ସ୍ଥିତ ଏକାମ୍ର ଭିଲ୍ଲା ଅଂଚଳର ଏକ ଦୁଇ ମହଲା ଘରୁ ସେକ୍ସ ରାକେଟ୍   ଠାବ କରିଛି ନୂଆପଲ୍ଲୀ ଥାନା ପୋଲିସ । ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ଏକାମ୍ର ଭିଲ୍ଲା ଅଂଚଳରେ ଥିବା ଏହି ଘରେ ଗଣେଶ ଆୟୁର୍ବେଦିକ ସ୍ପା ଆଳରେ ଦୀର୍ଘ ଦିନରୁ ଚାଲିଥିଲା ଦେହ ବ୍ୟବସାୟ । ତେବେ କୌଣସି ସୂତ୍ରରୁ ସୂଚନା ପାଇ ନୂଆପଲ୍ଲୀ ଥାନା ଆଇଆଇସି ନିଜେ ଗ୍ରାହକ ସାଜି ୪ ଦିନ ହେବ ସେଠାରେ ଚକ୍କର କାଟୁଥିଲେ ।

ତେବେ ଆଜି ସାଧା ପୋଷାକରେ ଥିବା ପୋଲିସ ଟିମ୍ ସଦଳବଳେ ସ୍ପା ଉପରେ ଚଢାଉ କରିଥିଲା । ଆଉ ୪ ଜଣ ଗ୍ରାହକଙ୍କୁ ଗିରଫ କରିବା ସହ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ସେକ୍ସ ରାକେଟ୍ ରାଣୀ ମହୁମାଛି ପୋଲିସ ହାତରୁ ଖସିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାସ୍ଥଳରୁ ୬ ହଜାର ଟଙ୍କା, ୯ଟି ମୋବାଇଲ ଫୋନ୍ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ ।