ଏକ ରହସ୍ୟମୟ ମନ୍ଦିର ! ଯାହାର ସପ୍ତମ ଦ୍ୱାର ଖୋଲିଲେ ଆସିବ ପ୍ରଳୟ

100

ଦୁନିଆ ଅନେକ ରହସ୍ୟମୟ କାହଣୀରେ ପରିପୂର୍ଣ୍ଣ । ଯେଉଁ କାହାଣୀ ଆଜି କେବଳ ଚର୍ଚ୍ଚାର ବିଷୟ ହୋଇ ରହିଯାଇଛି । କିନ୍ତୁ ରହସ୍ୟର ଏହି ଗଣ୍ଠିକୁ ଖୋଲିବା ସମ୍ଭବପର ହୋଇପାରିନାହିଁ । ଏମିତି ଏକ ରହସ୍ୟମୟ କାହାଣୀ ହେଉଛି କେରଳର ତିରୁଅନନ୍ତପୁରମରେ ଥିବା ପଦ୍ମନାଭସ୍ୱାମୀ ମନ୍ଦିରର । କେବଳ ଗୋଟିଏ ନୁହେଁ ଅନେକ ରହସ୍ୟରେ ଆବୃତ ଏହି ମନ୍ଦିର ।

ଏହି ମନ୍ଦିରଟି ସଂପୂର୍ଣ୍ଣ ରୂପେ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ସମର୍ପିତ । ତେବେ ଏହି ମନ୍ଦିରର ସପ୍ତମ ଦ୍ୱାର ଆଜି ଏହି ମନ୍ଦିରକୁ ଚର୍ଚ୍ଚାର ପରିସରକୁ ଆଣିଛି । କାରଣ କୁହାଯାଏ ଏହି ଦ୍ୱାର ଖୋଲିଲେ ପ୍ରଳୟ ଆସିବ । ଆଉ ପୂରା ଦେଶ ମାଟିରେ ମିଶିଯିବ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଦୈନିକ ଜାଗରଣ ।

ଏହା ସହ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିନା କୁଣ୍ଡିରେ ବନ୍ଦ ରହିଛି ଏହି ରହସ୍ୟମୟ ସପ୍ତମ ଦ୍ୱାର । କେବଳ ଦୁଇଟି ସାପର ପ୍ରତିବିମ୍ବ ହିଁ ଏହି ଦ୍ୱାରକୁ ଜଗି ରହିବା ସହ ମନ୍ଦିରକୁ ରକ୍ଷା କରଥାନ୍ତି । ଏହି ଦ୍ୱାରର ଆଉ ଏକ ବିଶେଷତ୍ୱ ହେଉଛି କେବଳ ଜଣେ ସିଦ୍ଧ ପୁରୁଷ ହିଁ ‘ଗରୁଡ ମନ୍ତ୍ର’ ପଢି ଏହି ଦ୍ୱାର ଖୋଲି ପାରିବେ । ଆଉ ଏହି ମନ୍ତ୍ରୋଚାରଣ ସ୍ପଷ୍ଟ ଶବ୍ଦରେ ନହେଲେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ।

ତେଣୁ ଏହି ଦ୍ୱାରକୁ ଖୋଲିବା ପାଇଁ କେବଳ ବିଚାର ବିମର୍ଷ ଚାଲିଛି କିନ୍ତୁ ଆଜି ଯାଏ କେହି ସାହାସ କରି ପାରି ନାହାନ୍ତି ଖୋଲିବା ପାଇଁ । ଆଉ ଏହି ରହସ୍ୟକୁ ରହସ୍ୟରେ ରଖିବା ହିଁ ସମସ୍ତଙ୍କ ପାଇଁ ଭଲ ବୋଲି କୁହନ୍ତି ଏଠାକାର କିଛି ବୟୋଜ୍ୟେଷ୍ଠ ବ୍ୟକ୍ତି ।

ତେବେ କେବଳ ରହସ୍ୟ ପାଇଁ ଏହି ମନ୍ଦିରଟି ଚର୍ଚ୍ଚିତ ନୁହେଁ । ମନ୍ଦିରଟି ବିଶ୍ୱର ସବୁଠାରୁ ଧନି ମନ୍ଦିର ହିସାବରେ ପରିଗଣିତ ହୁଏ କାରଣ ଏହାର ସମୁଦାୟ ସମ୍ପତିର ମୂଲ୍ୟ ପ୍ରାୟ ୧,୩୨,୦୦୦ କୋଟି ଟଙ୍କା ହେବ ।