କବିତା ମହାକୁଡ ବିବାଦ : ମହିଳା ଥାନାରେ ହାଜର ହେଲେ ବାହୁବଳୀ ବିଧାୟକ ସନା ମହାକୁଡ

86

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହିଳା ଥାନାରେ ହାଜର ହେଲେ ସନାତନ ମହାକୁଡ । ବୋହୁ ବିଦାରେ ଛନ୍ଦି ହୋଇଥିବା ଚମ୍ପୁଆର ବାହୁବଳୀ ବିଧାୟକ ସନା ମହାକୁଡକୁ ହାଜର ହେବା ପାଇଁ ପୁଲିସ ନୋଟିସ କରିଥିଲା । ଗତକାଲି ବିଳମ୍ବିତ ରାତିରେ ହାଜର ହୋଇଥିବା ଯୋଗୁଁ ସନାତନ ମହାକୁଡଙ୍କ ବୟାନ ରେକର୍ଡ କରିନଥିଲା ।

କବିତା ମହାକୁଡ, ସନାତନଙ୍କ ପୁଅ ପଙ୍କଜ ମହାକୁଡଙ୍କ ସ୍ତ୍ରୀ ବୋଲି ଦାବି କରି ମାମଲା ରୁଜୁ କରିଛନ୍ତି । ତେବେ ଏହି ଘଟଣାରେ ହାଜର ପାଇଁ ସନାତନଙ୍କୁ ନୋଟିସ ଜାରି କରିଥିଲା ପୁଲିସ । ପୂର୍ବରୁ ପଙ୍କଜ ମହାକୁଡ ମହିଳା ଥାନାରେ ହାଜର ହୋଇଥିଲେ । ସନାତନ ମହାକୁଡଙ୍କ ପୁଅ ପଙ୍କଜ ମହାକୁଡଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ କବିତା ମହାକୁଡ ।

ପଙ୍କଜ ତାଙ୍କ ସହ ବିଶ୍ୱାସ ଘାତକତା କରିଥିବା ସେ ଅଭିଯୋଗ କରିଛନ୍ତି । ବିଧାୟକ ସନାତନଙ୍କ ପୁଅ ପଙ୍କଜ ତାଙ୍କୁ ଛାଡି ଦେଇଥିବା ସେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି । ବଡବିଲ , ଯୋଡା ଓ କେନ୍ଦୁଝର ଖଣି ଅଂଚଳରେ ସନାତନ ମହାକୁଡ ଜଣେ ଖୁବ ପ୍ରଭାବଶାଳୀ ବ୍ୟକ୍ତି ।