ଜଗାକୁ ଛୁଇଁବା ଦାବିରେ ସେବାୟତ ନଛୋଡ ବନ୍ଧା ! ରଥଯାତ୍ରା ସମନ୍ୱୟ କମିଟି ବୈଠକ ବର୍ଜନ କରି ବାନ୍ଧିଲେ ମେଳି

65

କନକ ବ୍ୟୁରୋ : ଜଗାକୁ ଛୁଇଁବା ଜିଦରେ ଅଡିବସିଛନ୍ତି ଶ୍ରୀମନ୍ଦିର ସେବାୟତ । ଏଥିଲାଗି ଆଜି ତୃତୀୟ ରଥଯାତ୍ରା ସମନ୍ୱୟ ବୈଠକକୁ ବର୍ଜନ କରି ମେଳି ବାନ୍ଧିିଥିଲେ ସେବାୟତମାନେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ନାନବେଦୀ ସହ ରଥ ଉପରେ ଦର୍ଶନ ଓ ସ୍ପର୍ଶ ବିବାଦକୁ କେନ୍ଦ୍ର କରି ସେବାୟତମାନେ ଏହି ନିଷ୍ପତି ନେଇଥିଲେ । ଏପିରିକି ବୈଠକ ପୂର୍ବରୁ ସେବାୟତମାନେ ଆଇନ ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ ।

ଏଥିରେ ଦର୍ଶନ ଓ ସ୍ପର୍ଶ ପ୍ରସଙ୍ଗରେ ଶ୍ରୀମନ୍ଦିର ନୀତି ଓ ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ନହେଲେ ପ୍ରଶାସନ ସହିତ ସମନ୍ୱୟ ସମ୍ଭବ ନୁହେଁ ବୋଲି ଚେତାଇ ଦେଇଛନ୍ତି ସେବାୟତ । ଗୁରୁବାର ଦିନ ପୁରୀରେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବୈଠକ ବସିଥିଲା । ଏଥିରେ ନୀଳାଦ୍ରି ବିଜେ ବିଶୃଙ୍ଖଳା ନେଇ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଥିଲା ।