ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ କରନ୍ତୁ ରୋଜଗାର : ମିଳିବ ସରକାରୀ ପ୍ରୋତ୍ସାହନ

76

ମୋଦି ସରକାର କେତେକ ଏମିତି ଯୋଜନା ଆରମ୍ଭ କରିଛନ୍ତି, ଯାହା ଅଧିନରେ ଆପଣ ଅଧିକ ରୋଜଗାର କରିବାର ସୁଯୋଗ ପାଇପାରିବେ । ଏମିତି ଏକ ଯୋଜନା ଅଛି, ଯାହା ଅଧିନରେ ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ରୋଜଗାର କରିପାରିବେ ।

ନିକଟରେ ସରକାର ଛାତ ଉପରେ ଲଗାଯାଉଥିବା ସୋଲାର ପ୍ୟାନେଲର ବେଂଚମାର୍କ ମୂଲ୍ୟକୁ କମାଇ ଦେଇଛନ୍ତି । ଏହା ଦ୍ୱାରା ଆପଣଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ନବୀକରଣ ଉର୍ଜ୍ଜା ମନ୍ତ୍ରଣାଳୟ ଏହାର ଘୋଷଣା କରିଛନ୍ତି । ମନ୍ତ୍ରଣାଳୟ ମୁତାବକ, ଯଦି ଆପଣ ୧ କିଲୋୱାଟ୍ ରୁ ୧୦ କିଲୋୱାଟ୍ ପର୍ଯ୍ୟନ୍ତ କ୍ଷମତା ସଂପନ୍ନ ସୋଲାର ପ୍ୟାନେଲ ନେଉଛନ୍ତି, ତେବେ ଆପଣଙ୍କୁ ୭୦ ହଜାର ପ୍ରତି କିଲୋୱାଟ୍ ବଦଳରେ ୬୦ ହଜାର ପ୍ରତି କିଲୋୱାଟ୍ ଦେବାକୁ ପଡିବ ।

କେମିତି କରିବେ ରୋଜଗାର : ଆପଣ ଏହି ସୋଲାର ପ୍ୟାନେଲରେ ବିଦ୍ୟୁତ ଉତ୍ପାଦନ କରି ରୋଜଗାର କରିପାରିବେ । ଏଥିପାଇଁ ସର୍ବପ୍ରଥମେ ଆପଣ ନିଜ ଛାତ ଉପରେ ବିଜୁଳି ଉତ୍ପାଦନ କରିବାର କ୍ଷମତା ରଖୁଥିବା ଏହି ଗ୍ରିଡ କନେକ୍ଟେଡ୍ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ । ଏହାପରେ ଆପଣ ନିଜ କ୍ଷେତ୍ରରେ ଥିବା ବିଜୁଳି ବିତରଣ କମ୍ପାନୀକୁ ଏହା ବିକ୍ରି କରିପାରିବେ । ଏଥିପାଇଁ ଆପଣଙ୍କୁ ଏକ ଚୁକ୍ତି କରିବାକୁ ପଡିବ ।

ସରକାର ବି ଦେବେ ପ୍ରୋତ୍ସାହନ : ଏଥିରେ ସରକାର ମଧ୍ୟ ଆପଣଙ୍କ ସାହାଯ୍ୟ କରିବେ । ଆବାସିକ ଅଂଚଳରେ ଏହା ଲଗାଇବା ପାଇଁ ସରକାର ୩୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦେବେ ।