ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେଖ୍ ଅଜୁକୁ ଗିରଫ କଲା ଏସ୍.ଟି.ଏଫ୍

52

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେଖ୍ ଅଜୁ ଓରଫ ଆଜାଉଦ୍ଦିନକୁ ଏସ୍.ଟି.ଏଫ୍ ଦ୍ୱାରା ଗିରଫ କରାଯାଇଛି । ୨୦୧୨ ମସିହାରେ କଟକ କିଶନ ନଗର ଥାନା ଅଧିନରେ ସଲମା ଖାତୁନ୍ ଓ ତାଙ୍କ ପରିବାର ଉପରକୁ ଗୁଳିମାଡ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ଆଜାଉଦ୍ଦିନ୍ । ଦାଦାବଟି ଆଦାୟକୁ ନେଇ ଆଜାଉଦ୍ଦିନ୍ ସଲମା ଖାତୁନ୍ ଓ ତାଙ୍କ ପରିବାର ଲୋକଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲା । ତେବେ ଏସ୍.ଟି.ଏଫରେ ସ୍କାନରରେ ଥିବା ଆଜାଉଦ୍ଦିନକୁ କେନ୍ଦ୍ରାପଡା ଅଂଚଳରୁ ଗିରଫ କରାଯାଇଛି । ଶୁକ୍ରବାର ଠାରୁ ୩ ଦନିନିଆ ରିମାଣ୍ଡରେ ନେଇ ଅଭିଯୁକ୍ତକୁ ପଚରା ଉଚରା କରିବ ଏସ୍.ଟି.ଏଫ୍ । ରିମାଣ୍ଡ ଅବଧୀ ଭିତରେ ଏସ.ଟିଏଫ୍ ଅଭିଯୁକ୍ତ ଠାରୁ ଅଧିକ ତଥ୍ୟ ଓ ପ୍ରମାଣ ହାତେଇବ ବୋଲି ଜଣାପଡିଛି ।