ଦେଶରେ ଆଉ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ! ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲା ଗୁଇନ୍ଦା ବିଭାଗ

504

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହାରି ଭିତରେ ଭାରତରେ ପୁଣି ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ମିଳିଛି । ସୁରକ୍ଷାକର୍ମୀମାନଙ୍କୁ ସତର୍କ ରହିବା ପାଇଁ ଗୁଇନ୍ଦା ବିଭାଗ ପରାମର୍ଶ ଦେଇଛି । ଜୈଶର କିଛି ଆତଙ୍କବାଦୀ ଧରାପଡ଼ିବା ପରେ ଏକଥା ଜଣାପଡ଼ିଛି । ସୂଚନା ଅନୁସାରେ ଦେଶର ନାମୀଦାମୀ ନେତା, ରେଳୱେ ଲାଇନ୍, ତେଲ ଡିପୋ, ଆଦି ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି । ଏହାବ୍ୟତୀତ ସେନା ଓ ପୋଲିସର କିଛି ଅବସରପ୍ରାପ୍ତ ଅଫିସର, ଯେଉଁମାନେ ଆତଙ୍କବାଦୀଙ୍କୁ ଧରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି,ସେମାନେ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି ।

ସୂଚନା ଅନୁସାରେ ଦିଲ୍ଲୀର ୨୯ଟି ସ୍ଥାନକୁ ଆତଙ୍କବାଦୀ ଟାର୍ଗେଟ କରିପାରନ୍ତି । ଏଥିରେ ଇଣ୍ଡିଆ ଗେଟ୍, ସେନା ଭବନ, ରାଷ୍ଟ୍ରପତି ଭବନ, ସୁପ୍ରିମକୋର୍ଟ, ସରୋଜିନି ନଗର ବଜାର, ଚାନ୍ଦିନୀ ଚୌକ, ପାଳିକା ବଜାର, ଲକ୍ଷ୍ମୀ ନାରାୟଣ ମନ୍ଦିର, ଲୋଟସ ଟେମ୍ବୁଲ, ଲାଲ କିଲ୍ଲା, ଆଦି ସ୍ଥାନ ସାମିଲ ରହିଛି । ଏହାବ୍ୟତୀତ ଦିଲ୍ଲୀର ଏୟାରପୋର୍ଟ ପାର୍କିଂସ୍ଥଳ , ଦିଲ୍ଲୀ ମେଟ୍ରୋ ମଧ୍ୟ ଆତଙ୍କୀ ସଂଗଠନର ଟାର୍ଗେଟରେ ରହିଛି ।