ସମସ୍ତଙ୍କ ପାଇଁ ଖୋଲିବ ସଚିବାଳୟ ଫାଟକ । ସୁନ୍ଦର ବଗିଚାକୁ ଦେଖିପାରିବେ ସାଧାରଣ ଜନତା

28

କନକ ବ୍ୟୁରୋ : ରାଜଭବନ ପରି ସର୍ବାଧିକ ସୁରକ୍ଷା ବଳୟରେ ଥିବା ରାଜ୍ୟ ସଚିବାଳୟର ଫାଟକ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସଚିବାଳୟ ପରିସରରେ ତିଆରି ହୋଇଥିବା ଏକ ସୁନ୍ଦର ବଗିଚାର ସୌନ୍ଦର୍ୟ୍ୟ ଉପଭୋଗ କରିବା ପାଇଁ ସୁଯୋଗ ଦିଆଯିବ। ତେବେ ମାତ୍ର ଦୁଇ ଦିନ ତିନି ଘଣ୍ଟା ଲେଖାଏଁ ସଚିବାଳୟ ଭିତରକୁ ପଶିବା ପାଇଁ ସୁଯୋଗ ମିଳିବ।

ଆସନ୍ତାକାଲି ୨୬ ତାରିଖ ଓ ରବିବାର ୨୮ ତାରିଖରେ ସଚିବାଳୟ ଫାଟକ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ। ସହରବାସୀଙ୍କୁ ନିଶ୍ଚିତ ଭାବେ ଏହା ଏକ ଭିନ୍ନ ଅନୁଭବ ଦେବ ବୋଲି କୁହାଯାଉଛି।

ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ସମସ୍ତଙ୍କ ପାଇଁ ଖୋଲିବ ସଚିବାଳୟ । ସଚିବାଳୟ ଦେଖିବା ପାଇଁ ଉତ୍ସୁକତାର ସହ ଅନାଇ ବସିଥିବା ଲୋକମାନେ ତିନିଘଂଟା ପାଇଁ ସଚିବାଳୟ ବଗିଚା ଦେଖି ଉପଭୋଗ କରିପାରିବେ । ଏଥିପାଇଁ କୌଣସି ବାରଣ କରାଯାଇନାହିଁ । ପିଲାଠୁ ବୁଢା ସମସ୍ତଙ୍କ ପାଇଁ ତିନି ଘଂଟା ପର୍ଯ୍ୟନ୍ତ ଖୋଲିବ ସଚିବାଳୟ ଗେଟ ।