ପବିତ୍ର ପଞ୍ଚୁକର ଦ୍ୱିତୀୟ ଦିନ । ବାଙ୍କଚୂଡ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ

108

କନକ ବ୍ୟୁରୋ : ଆଜି ପବିତ୍ର ପଂଚୁକର ଦ୍ୱିତୀୟ ଦିନ  । ଆଜି ଦ୍ୱିତୀୟ ଦିନରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ବାଙ୍କଚୁଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବଡ଼ି ଭୋରରୁ ଭକ୍ତ ସମାଗମ ଆରମ୍ଭ ହୋଇଯାଇଛି  । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିରରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ୮୦ ଅଫିସର ସହ ୧୬ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି  ।

ପବିତ୍ର କାର୍ତିକ ମାସରେ ସୋମବାରଠାରୁ ପଂଚୁକ ବ୍ରତ ଆରମ୍ଭ ହୋଇଛି । ପୁରୀରେ ଏଥିପାଇଁ ଭକ୍ତଙ୍କ ଭିଡ ଜମିଛି । ପଂଚୁକ ୫ ଦିନ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ପଂଚୁକ ପ୍ରଥମ ଦିନ ଅର୍ଥାତ ବଡ ଏକାଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ହୋଇଥିଲା  । ମହାପ୍ରଭୁ ସ୍ୱର୍ଣ୍ଣ ଅଳଙ୍କାର , ପାଟବସ୍ତ୍ର ଓ ପୁଷ୍ପମାଲ୍ୟ ପିନ୍ଧିବା ସହ  ଶ୍ରୀଭୁଜ ଓ ଶଙ୍ଖ, ଚକ୍ର , ହଳ ଓ ମୂଷଳ ଧାରଣ କରିଥିଲେ  । ଆଜି ଦ୍ୱାଦଶୀରେ ମହାପ୍ରଭୁ ବାଙ୍କଚୂଡ଼ ବେଶରେ ଦର୍ଶନ ଦେଉଥିବାରୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଗହଳି ଦେଖିବାକୁ ମିଳିଛି  ।