ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ରାଜନୀତି ! ମୁଖ୍ୟମନ୍ତ୍ରୀ କହିଲେ, କେନ୍ଦ୍ର ନକଲେ ନିଜ ଖର୍ଚ୍ଚରେ ସେତୁ ନିର୍ମାଣ କରିବ ରାଜ୍ୟ

23

କନକ ବ୍ୟୁରୋ : ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ରାଜନୀତି ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଏ ନେଇ ଆଜି ବଡ ଘୋଷଣା କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସରକାର ଏହି ପ୍ରକଳ୍ପ ନ କଲେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ଏହି ସେତୁ କରିବେ ।

ଏହି ପ୍ରସଙ୍ଗରେ ଆଜି ସୁନ୍ଦରଗଡର କିଛି ସଙ୍ଗଠନ ଓ ବିଜେଡିର ନେତା ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଏହି ଆଶ୍ୱାସନା ଦେଇଛନ୍ତି । ଦୀର୍ଘଦିନ ହେଲା ଏହି ବ୍ରାହ୍ମଣୀ ସେତୁ ନିର୍ମାଣକୁ ନେଇ ବିବାଦ ଲାଗିରହିଛି । କାମରେ ମନ୍ଥ୍ରରତା ଯୋଗୁଁ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ ମଧ୍ୟ କାମର ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି ।