ବିଶ୍ୱ ପରିବେଶ ଦିବସ: ଚଳିତ ବର୍ଷର ବାର୍ତା ପ୍ଲାଷ୍ଟିକ୍ସ ପ୍ରଦୂଷଣକୁ ପରାସ୍ତ କର, ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତା ଦେଲେ ବାଲୁକା ଶିଳ୍ପୀ

292

କନକ ବ୍ୟୁରୋ: ଆଜି ବିଶ୍ୱ ପରିବେଶ ଦିବସ । ୧୯୭୪ରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ପରିବେଶ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏ ବର୍ଷର ବାର୍ତା ହେଉଛି ପ୍ଲାଷ୍ଟିକ ପ୍ରଦୂଷଣକୁ ପରାସ୍ତ କର । ୧୯୮୭ରୁ ଆବାହାକ ରାଷ୍ଟ୍ର ମାଧ୍ୟମରେ ଏସବୁ କରାଯାଇଛି । ଆଉ ଚଳିତ ବର୍ଷର ଆବାହକ ରାଷ୍ଟ୍ର ହେଉଛି ଭାରତ । ଏହି ଉପଲକ୍ଷେ ପୃଥିବୀ ସଙ୍ଗୀତ ଗାନ କରାଯାଏ । ଭାରତୀୟ କବି ଅଭୟ କୁମାର ୨୦୧୩ରେ ଏହି ଗୀତ ରଚନା କରିଥିଲେ । ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପରିବେଶ ସୁରକ୍ଷା ନେଇ ଭାରତର ଭୂମିକା ଉପରେ ଦୁନିଆକୁ ବାର୍ତା ଦେବେ । ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏଥିପାଇଁ କାଯ ୍ର୍ୟକ୍ରମର ଆୟୋଜନ କରାଯାଇଛି । ଏହାସହ ପ୍ଲାଷ୍ଟିକ ବ୍ୟବହାରକୁ କମ କରିବା ଲାଗି ଆଜି ଲୋକଙ୍କୁ ସଚେତନ କରାଯିବ ।

ଚଳିତ ବର୍ଷର ଥିମ୍ ରହିଛି ‘ମୁଭିଂ ଟୁ ୱାର୍ଡସ ଏ ପ୍ଲାଷ୍ଟିକ୍ ଫ୍ରି ଫ୍ୟୁଚର’ । ଏହି ଅବସରରେ ପ୍ଲାଟିକର ବ୍ୟବହାର ରୋକିବାକୁ ସଚେତନତାର ବାର୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ କଇଁଛ ଆକୃତିର ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ବାଲି ଓ ଅଦରକାରୀ ପ୍ଲାଟିକ୍ ବୋତଲ ବ୍ୟବହାର କରି ସୁଦର୍ଶନ ଏହି ବିଶାଳ ବାଲୁକା କୃତି ନିର୍ମାଣ କରି ସଚେତନତା ବାର୍ତା ଦେଇଛନ୍ତି । ସେହିପରି ବାଲୁକା ଶିଳ୍ପୀ ମାନସ ସାହୁ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାରର ଭୟାବହତାକୁ ନେଇ ସଚେତନ ବାର୍ତା ଦେଇଛନ୍ତି । ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଦେଶରେ ଦିନକୁ ଦିନ ପରିବେଷ ପ୍ରଦ୍ୟୁଷଣ ବୃଦ୍ଧି ପାଉଥିବା ସେ ତାଙ୍କ କଳାରେ ଦର୍ଶାଇଛନ୍ତି । ସେ କହିଛନ୍ତି ଅଗାମାୀ ଦିନରେ ଆମ ଦ୍ୱାରା ବ୍ୟବହୃତ ପ୍ଲାଟିକ୍ ବୋତଲ ଓ ପଲିଥିନ୍ର ପାହାଡ ଦେଖିବାକୁ ମିଳିବ । ଯାହା ପୃଥିବୀକୁ ପୁରା ଆବରଣ କରି ରଖିବ । ଏହା ବିଶ୍ୱ ପାଇଁ ଭୟଙ୍କର ହେବ ।

ସେପଟେ, ବିଶ୍ୱ ପରିବେଶ ଦିବସରେ ଏକ ସାଇକ୍ଲୋଥନ କରି ପୁରୀ ସହରରେ ସଚେତନତା ବାର୍ତା ଦେଇଛନ୍ତି ଗ୍ରୀନ୍ ଟିମ୍ । ଟିମର ସଦସ୍ୟମାନେ ପ୍ଲାଷ୍ଟିକର ଭୟାଭୟତା ନେଇ ସଚେତନ ବାର୍ତା ଦେଇଛନ୍ତି ।