ଭାରତୀୟ ବାୟୁସେନାର ଫାଇଟର ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ ।

41

ଭାରତୀୟ ଫାଇଟର ଏୟାରକ୍ରାଫ୍ଟ ବାୟୁସେନା ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁଜରାଟର କଚ୍ଛ ଜିଲ୍ଲା ବିବର ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୁଚନା ମଳିଛି । ଆଇଏଏଫ ଅଧିକାରୀଙ୍କ ସୁଚନା ମୁତାବକ, ଭୁଜ ଏୟାର ବେସରୁ ପ୍ରତିଦିନ ଭଳି ଜାଗୁଆର ଫାଇଟର ବିମାନ ରୁଟିନ୍ ପରୀକ୍ଷଣରେ ବାହାରିଥିଲା । ତେବେ ଏହି ଦୁର୍ଘଟଣାରେ ଜାଗୁଆର ପାଇଲଟ ମୃତ୍ୟୁ ହୋଇଥିବା ସୁଚନା ମିଳିଛି ।

ଏହି ଜାଗୁଆର ଫାଇଟର ଏୟାରକ୍ରାଫ୍ଟ ବିମାନର ଦୁର୍ଘଟଣା ଭୁଜ ଏୟାର ବେସ ଠାରୁ ୩୦ କିଲୋମିଟର ଦୂରରେ ହୋଇଥିବା ଜଣା ପଡିଛି । ସକାଳ ପାଖାପାଖି ୧୦ଟା ୩୦ ମିନିଟ ସମୟରେ ଦୁର୍ଘଟଣା ଘଟିଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ବିବର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଫାଇଟର ଏୟାରକ୍ରାଫ୍ଟ ଜାଗୁଆର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଦୁର୍ଘଟଣାସ୍ଥଳ ଠାରୁ ୩୦ କିଲୋମିଟର ଦୂରରେ ଥିବା ଭୁଜ ଏୟାରବେସର କମାଣ୍ଡର ଘଟଣା ସ୍ଥଳରେ ପହଁଚିଛନ୍ତି । ସୁଚନା ମୁତାବକ ଜାଗୁଆର ଭାରତୀୟ ବାୟୁସେନାର ଏକ ପ୍ରମୁଖ ଫାଇଟର ବିମାନ ଭାବେ ପରିଚିତ । ଶତୁର ସୀମାମଧ୍ୟକୁ ଗତୀଶିଳ ଭାବେ ପ୍ରବେଶ କରିବାର କ୍ଷମତା ଏହି ଜାଗୁଆର ବିମାନର ଥିଲା । କିନ୍ତୁ ହଠାତ୍ କେଉଁ କାରଣରୁ ଏଭଳି ଘଟିଲା ସେ ନେଇ ଆଇଏଏଫ ବରିଷ୍ଠ ଅଧିକାରୀ ଯାଞ୍ଚ କରୁଛନ୍ତି ।