ସାକ୍ଷୀଗୋପାଳ : ବାସୁକେରା ଶିଶୁ ବିଦ୍ୟାମନ୍ଦିର ସ୍କୁଲ କାନ୍ଥ ଭୁଶୁଡି ଜଣେ ମୃତ, ୨୫ ରୁ ଅଧିକ ଆହତ

28

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ଜିଲ୍ଲା ସତ୍ୟବାଦୀରେ ଅଘଟଣ । ସ୍କୁଲ କାଂଥ ଭୁଷୁଡି ଜଣଙ୍କ ଜୀବନ ଯାଇଛି । ୨୫ ରୁ ଅଧିକ ଆହତ ହୋଇଛନ୍ତି । ସତ୍ୟବାଦୀ ବାସୁକେରା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ଥିବା ଏକ ପୁରୁଣା ଘରର କାନ୍ଥ ଭୁଷୁଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ସମସ୍ତ ଆହତଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତର ଛାତ୍ରଛାତ୍ରୀଙ୍କୁ କ୍ୟାପିଟାଲ ଓ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍କୁଲ ନିକଟ ଘରଟି ବିପଦ ସଂକୁଳ ଅବସ୍ଥାରେ ଥିଲା । ବାରମ୍ବାର ଏହାର ମରମତି ନେଇ ଦାବି ହେଉଥିଲା। ସେପଟେ ସତ୍ୟବାଦୀ ଡାକ୍ତରଖାନାରେ ଅତିରିକ୍ତ ଜିଲ୍ଲାପାଳ ମଧୂସୁଦନ ଦାସ ପହଂଚିଛନ୍ତି ଛାନଭିନ୍ ଚଳାଇଛନ୍ତି।