ଡିସେମ୍ବର ୧ରୁ ଅଟୋ କିମ୍ବା ପିକ୍ ଅପ୍ ଭ୍ୟାନରେ ପିଲାଙ୍କୁ ସ୍କୁଲ୍ ନିଆଯିବ ନାହିଁ

35

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ରାଜ୍ୟ ମୋଟର ଭେଇକିଲ ବିଭାଗ ନୂଆ ନିଷ୍ପତି ନେଇଛି । ଆସନ୍ତା ଡିସେମ୍ବର ୧ ତାରିଖରୁ କୌଣସି ଅଟୋ କିମ୍ବା ଟାଟା ଏସି ପିକଅପ ଭ୍ୟାନରେ ପିଲାଙ୍କୁ ସ୍କୁଲ ନେବା ଆଣିବା ଉପରେ ରୋକ ଲଗାଯିବ । ସରକାରଙ୍କ ଏଭଳି ନିଷ୍ପତିକୁ ନେଇ ଉଭୟ ଗାଡିଚାଳକ, ଅଭିଭାବକ ଓ ସ୍କୁଲ କର୍ତୃପକ୍ଷଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସରକାରଙ୍କ ଏଭଳି କଡ଼ାକଡ଼ି ନିୟମ ଯୋଗୁଁ ଆମେ ଆମ ଗୁଜୁରାଣ ହରାଇବୁ ବୋଲି କହିଛନ୍ତି ସ୍କୁଲ ଅଟୋ ଚାଳକ । ସେପଟେ ଏହି ନିୟମକୁ କିଛି ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷ ସମର୍ଥନ କରିଥିବା ବେଳେ ଆଉ କିଛି କିନ୍ତୁ ଏଥିରେ ଅମଙ୍ଗ ଥିବା ଜଣାପଡ଼ିଛି ।