ବାଲିଗୁଡାର ସୁନାଝିଅ ! ବାଧକ ହୋଇପାରିଲାନି ଆର୍ଥିକ ଅନଟନ, ମାଟ୍ରିକରେ ୯୧ ପ୍ରତିଶତ ରଖିଥିବା କରିସ୍ମାଙ୍କୁ ସହଯୋଗର ହାତ ବଢାଇଲା ପ୍ରଶାସନ

46

କନକ ବ୍ୟୁରୋ : ମାଟ୍ରିକରେ ୯୧ ପ୍ରତିଶତ ନମ୍ବର । ଏ-ୱାନ ଗ୍ରେଡରେ ପାସ୍ କଲେ । ତଥାପି ପ୍ଲସ-ଟୁରେ ହୋଇପାରୁନଥିଲା ନାମଲେଖା । କାରଣ ବାଧକ ସାଜିଥିଲା ଅର୍ଥ । ଶେଷରେ ବାଲିଗୁଡାର ସୁନାଝିଅ କରିସ୍ମା ଦିଗାଲଙ୍କ ପାଖରେ ପହଁଚିଥିଲା କନକ ନ୍ୟୁଜ୍ । ଆଉ ସେହି ଅଭାବୀ ଝିଅର କାହାଣୀ ଜଣାଇଥିଲା ଜିଲ୍ଲା ପ୍ରଶାସନକୁ । ଶେଷରେ ସହଯୋଗର ହାତ ବଢାଇଛି ପ୍ରଶାସନ ।

କରିସ୍ମାଙ୍କ ବାପା ସେନାପତି ଦିଗାଲ ଜଣେ ଦିନ ମଜୁରିଆ । ବାହାରେ କୁଲି କରି ଟଙ୍କା ଆଣିଲେ ୬ ଜଣିଆ ପରିବାର ଚଳେ । ନିଜେ ଅଶିକ୍ଷିତ । ହେଲେ ଆଶା ରଖିଛନ୍ତି ବଡ ଝିଅ କରିସ୍ମା ଉଚ୍ଚଶିକ୍ଷିତ ହେବ । ଏପଟେ ଅଭାବୀ ଘର ଚଳାଇବା ପାଇଁ ନିଇତି ଜଙ୍ଗଲଦ୍ରବ୍ୟ ସଂଗ୍ରହ କରୁଛନ୍ତି କରିସ୍ମା । ଏହାରି ଭିତରେ ପଛରେ ପଡିଯାଇଥିବା ସୁନାଝିଅର ସୁନେଲି ସ୍ୱପ୍ନକୁ ପୁରା କରିବା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଏଥିସହ ପରିବାରକୁ ଆର୍ଥିକ ସହଯୋଗ ପ୍ରଦାନ କରିଛି ।