ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ! ଏଣିକି ଗ୍ରାହକ କରିପାରିବେ ଏଟିଏମରୁ ଅନଲିମିଟେଡ୍ ଫ୍ରି ଟ୍ରାଂଜେକ୍ସନ୍ । କେବଳ ଏହି ଗୋଟିଏ ସର୍ତ୍ତରେ 

ଅନଲିମିଟେଡ୍ ଫ୍ରି ଟ୍ରାଂଜେକ୍ସନର ଲାଭ ନେବା ପାଇଁ ଗ୍ରାହକଙ୍କୁ ବ୍ୟାଙ୍କର କିଛି ସର୍ତ୍ତର ପାଳନ କରିବାକୁ ପଡିବ ।

712

ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ର ଗ୍ରାହକଙ୍କ ପାଇଁ ଖୁସି ଖବର । ଏସବିଆଇର ଗ୍ରାହକ ଏବେ ଏଟିଏମରୁ ଅନଲିମିଟେଡ୍ ଫ୍ରି ଟ୍ରାଂଜେକ୍ସନ୍ କରିପାରିବେ । ଏପର୍ଯ୍ୟନ୍ତ ଗ୍ରାହକଙ୍କୁ ସୀମିତ ସଂଖ୍ୟାରେ ଏଟିଏମରୁ ଟ୍ରାଂଜେକ୍ସନ ଫ୍ରି ଥିଲା ।  ଅନଲିମିଟେଡ୍ ଫ୍ରି ଟ୍ରାଂଜେକ୍ସନର ଲାଭ ନେବା ପାଇଁ ଗ୍ରାହକଙ୍କୁ ବ୍ୟାଙ୍କର କିଛି ସର୍ତ୍ତର ପାଳନ କରିବାକୁ ପଡିବ । ଯଦି ଆପଣ ଅନଲିମିଟେଡ୍ ଫ୍ରି ଏଟିଏମ୍ ଟ୍ରାଂଜେକ୍ସନ ଚାହୁଁଛନ୍ତି, ତେବେ ଆପଣଙ୍କ ନିଜ ଆକାଉଣ୍ଟରେ ମାସିକ ଆଭରେଜ୍ ୧ ଲକ୍ଷ ଟଙ୍କା ରଖିବାକୁ ପଡିବ । ତେବେ ହିଁ ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରୁପ୍ ର ଏଟିଏମରୁ ଅନଲିମିଟେଡ୍ ଫ୍ରି ଟ୍ରାଂଜେକ୍ସନ୍ କରିପାରିବେ । ଆରବିଆଇ ଏସବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି କି, ସେ ନିଜ ଗ୍ରାହକଙ୍କୁ ପ୍ରତି ମାସରେ ଏକ ନିଶ୍ଚିତ ସଂଖ୍ୟାରେ ଫ୍ରି ଏଟିଏମ୍ ଟ୍ରାଂଜେକ୍ସନର ସୁବିଧା ଉପଲବ୍ଧ କରାଇବ ।

ଏବେ ଏସବିଆଇର ଖାତାଧାରୀଙ୍କୁ ମେଟ୍ରୋ ସିଟିରେ ୮ଟି ଫ୍ରି ଏଟିଏମ୍ ଟ୍ରାଂଜେକ୍ସନର ସୁବିଧା ପ୍ରତି ମାସରେ ମିଳେ । ଏଥିରେ ୫ଟି ଟ୍ରାଂଜେକ୍ସନ ଏସବିଆଇ ଏଟିଏମ୍ ଏବଂ ୩ ଟ୍ରାଂଜେକ୍ସନ ଅନ୍ୟ ବ୍ୟାଙ୍କର ଏଟିଏମରୁ କରିପାରିବେ । ସେଇଠି ନନ୍ ମେଟ୍ରୋ ସିଟିର ଖାତାଧାରୀଙ୍କ ପାଇଁ ଏହି ଲିମିଟ୍ ୧୦ଟି ଫ୍ରି ଟ୍ରାଂଜେକ୍ସନ ପ୍ରତି ମାସ । ଏହି ଲିମିଟ୍ ଅତିକ୍ରମ କରିବା ପରେ ୫ଟଙ୍କା ଠାରୁ ଆରମ୍ଭ କରି ୨୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଦେବାକୁ ପଡିବ ।  ୨୫,୦୦୦ ଟଙ୍କା ମାସିକ ଆଭରେଜ୍ ବାଲାନ୍ସ ରଖୁଥିବା ଏସବିଆଇ ଖାତାଧାରୀଙ୍କୁ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରୁପର କୌଣସି ବି ଏଟିଏମରୁ ପ୍ରତି ମାସ ୧୦ଟି ଫ୍ରି ଟ୍ରାଂଜେକ୍ସନର ସୁବିଧା ମିଳେ ।