ଗୀତରେ ଝୁମିଲା ଭୁବନେଶ୍ୱର : ରାଜଧାନୀରେ ବଲିଉଡ କଣ୍ଠଶିଳ୍ପୀ ଓଡିଆ ଝିଅ ସୋନା ମହାପାତ୍ରଙ୍କ ରକ୍ ଶୋ

204

ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ତଡକା ଗୀତରେ ଝୁମୁଛିି ଭୁବନେଶ୍ୱରର ଶୀତୁଆ ସନ୍ଧ୍ୟା । ବିଡିଏ ପକ୍ଷରୁ ଆୟୋଜିତ ଡଟ୍ ଫେଷ୍ଟିଭାଲର ତୃତୀୟ ସନ୍ଧ୍ୟାରେ ସୋନା ମହାପାତ୍ରଙ୍କ ଗୀତରେ ଝୁମିଛନ୍ତି ଦର୍ଶକ । ପ୍ରାୟ ଅଢେଇ ଘଂଟା ଧରି ସେ ଶ୍ରୋତାଙ୍କୁ ବିଭୋର କରିଥିଲେ । ସମ୍ବଲପୁରୀ ଛିଟାବାଲ ବାଲକି ପିନ୍ଧି ମଂଚକୁ ଆସିଥିଲେ ସୋନା । ଆଉ ଗାଇଚାଲିଥିଲେ ଗୋଟିଏ ପରେ ଗୋଟିଏ ଗୀତ । କରତାଳିରେ ଫାଟିପଡ଼ୁଥିଲା ଅଂଚଳ ।

ପ୍ରାୟ ଅଢେଇ ଘଂଟା ଧରି ସେ ଦର୍ଶକଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଗୀତ ଗାଇ ଚାଲିଥିଲେ । ସୋନା ମଂଚରେ ରଙ୍ଗବତୀ ଗୀତ ସହ ଅନକେ ଗୀତ ବି ଗାଇଥିଲେ । ସୂଚନାଯୋଗ୍ୟ ରଙ୍ଗବତୀ ଗୀତର ଗାୟନ ଶୈଳୀରେ ନେଇ ସେ ଦିନରେ ବିବାଦରେ ଘେରି ହୋଇଯାଇଥିଲେ ।

ପରେ ଏକ ସାକ୍ଷାତକାରରେ କହିଛନ୍ତି ଓଡିଆ ଭାବେ ସେ ବେଶ ଗର୍ବିତ । ଯେବେ ବି ଭୁବନେଶ୍ୱର ଘରକୁ ଆସିବା ପରି ଲାଗେ ଓ ଖୁସି ଅନୁଭବ କରେ । ଭୁବନେଶ୍ବର ଏକ ବେଶ୍ ସୁନ୍ଦର ସହର ଓ ଏଠାର ଖାଇବା ମଧ୍ୟ ବେଶ ସୁସ୍ୱାଦୁ । ରାଜଧାନୀର ଗଛଲତା, ମନ୍ଦିର, ହୋଟେଲ ଆଦି ସବୁର ଭୁରି ଭୁରି ପ୍ରଂଶସା କରିଥିଲେ ସୋନା ମହାପାତ୍ର ।