ମାତ୍ର ୨୫୦ ଟଙ୍କା ବାର୍ଷିକ ନିବେଶ କରି ନିଜ ଗେହ୍ଲୀର ଭବିଷ୍ୟତକୁ କରନ୍ତୁ ସୁରକ୍ଷିତ ! ଜାଣନ୍ତୁ କେମିତି ।

31

କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୫ ମସିହାରେ ସୁକନ୍ୟା ସମ୍ୃଦ୍ଧି ଆକାଉଣ୍ଟ ପ୍ରୋଗ୍ରାମର ଆରମ୍ଭ କରାଯାଇଥିôଲା । ଏହି ଯୋଜନାର ଉଦେ୍ଧଶ୍ୟ ଥିଲା କନ୍ୟାରତ୍ନର ଭବିଷ୍ୟତକୁ ଉଜ୍ଜଳମୟ କରିବା । india.gov.in ମୁତାବକ ସୁକନ୍ୟା ସମ୍ୃଦ୍ଧି ଯୋଜନା ଶିଶୁକନ୍ୟାଙ୍କ ପାଇଁ ଏକ ଛୋଟ ଡିପୋଜିଟ୍ ସ୍କିମ୍ ଅଟେ । ତେବେ ଏହି ସ୍କିମକୁ ଜଡିିତ ଖୁସି ଖବର ହେଲା ପୂର୍ବରୁ ଏହି ଖାତାରେ ବାର୍ଷିକ ୧,୦୦୦ ଟଙ୍କା ଡିପୋଜିଟ୍ ହେଉଥିଲା ଯାହା ଏବେ ୨୫୦ ଟଙ୍କା ହୋଇଯାଇଛି । ଏହାର ଅର୍ଥ ଏବେ ଖାତାଧିକାରୀଙ୍କୁ ବାର୍ଷିକ ୨୫୦ ଟଙ୍କା ନ୍ୟୁନତମ ନିବେଶ କରିବାକୁ ପଡିବ । କନ୍ୟାର ନାଁରେ ପିତା ସୁକନ୍ୟା ଆକାଉଣ୍ଟ ଖୋଲିପାରିବେ ।

ଶିଶୁକନ୍ୟା ନାଁରେ ଅଭିଭାବକ କେତୋଟି ଆକାଉଣ୍ଟ୍ ଖୋଲିପାରିବେ ?

ଅଭିଭାବକ ଗୋଟିଏ ଝିଅ ପାଇଁ କେବଳ ଗୋଟିଏ ହିଁ ଖାତା ଖୋଲିପାରିବେ । ଏହାର ବିବରଣୀ ପିଆଇବି ତରଫରୁ ଜାରୀ କରାଯାଇଛି ।

ଆକାଉଣ୍ଟ ଜମା କଲେ କେତେ ମିଳେ ସୁଧ ?

ସୁକନ୍ୟା ସମ୍ୃଦ୍ଧି ଖାତାରେ ଜମା ଥିବା ୮.୧ ପ୍ରତିଶତ ଟଙ୍କାର ସୁଧ ଦିଆଯାଏ । ଏହାର ଘୋଷଣା ସାଧାରଣ ବଜେଟକୁ ଆଖି ଆଗରେ ରଖି ହୋଇଥାଏ ।

କେତେ ବର୍ଷ ପାଇଁ ଟଙ୍କା ଜମା କରିବାକୁ ପଡିବ ?

ଖାତା ଖୋଲିବାଠାରୁ ନେଇ ଝିଅକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ଆପଣ ଟଙ୍କା ଜମା କରିପାରିବେ । ଏହି ଅବଧି ପୂରଣ ହେବା ପରେ ମାଚ୍ୟୁରିଟି ଟଙ୍କା ଝିଅକୁ ଦିଆଯାଏ,ଯାହା ନାମରେ ଖାତା ଖୋଲାଯାଏ । ଯଦି ୨୧ ବର୍ଷ ପୂର୍ବରୁ ଝିଅଟିର ବିବାହ ହୋଇଯାଏ ତେବେ ଖାତା ଆପେ ବନ୍ଦ କରିଦିଆଯାଏ । ଖାତାକୁ ଆପଣ ଭାରତର ଯେକୌଣସି ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ଖୋଲିପାରିବେ । ତେବେ ଝିଅକୁ ୨୧ ବର୍ଷ ହେବା ପରେ ହିଁ ଆପଣ ଏହି ଟଙ୍କା ଉଠାଇପାରିବେ । କିନ୍ତୁ ଯଦି ଉଚ୍ଚଶିକ୍ଷା କିମ୍ବା ଝିଅ ବିବାହ ପାଇଁ ଟଙ୍କାର ଆବଶ୍ୟକତା ପଡେ ତେବେ କେବଳ ଉକ୍ତ ଝିଅ ହିଁ ଟଙ୍କା ଉଠାଇପାରିବେ । କିନ୍ତୁ ଟଙ୍କା ଉଠାଇବା ପାଇଁ ଝିଅକୁ ୧୮ ବର୍ଷ ହେବା ଆବଶ୍ୟକ ଅଟେ ।