ଆଜି ଦାୟିତ୍ୱ ନେବେ ନୂଆ ପୋଲିସ କମିଶନର ସତ୍ୟଜିତ ମହାନ୍ତି ! ଟ୍ୱିନ ସିଟି ପାଇଁ ଆଗକୁ ରହିଛି ନୂଆ ଚ୍ୟାଲେଞ୍ଜ । 

27

କନକ ବ୍ୟୁରୋ : ବଦଳିଲେ ଟ୍ୱିନସିଟିର ପୁଲିସ କମିସନର । ଆଇପିଏସ ସ୍ତରରେ ଏକ ବଡଧରଣର ଅଦଳ ବଦଳ ହୋଇଛି । ପୁଲିସ କମିସନର ଥିବା ୱାଇବି ଖୁରାନିଆଙ୍କୁ ଅତିରିକ୍ତ ଡିଜି ପ୍ରୋଭିଜନିଂ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସତ୍ୟଜିତ ମହାନ୍ତି ହୋଇଛନନ୍ତି ଭୁବନେଶ୍ୱର କଟକର ନୂଆ ପୁଲିସ କମିସନର । ଏହା ସହ ଭଦ୍ରକ, କଳାହାଣ୍ଡି, ସୋନପୁର ଓ ନୂଆପଡା ଜିଲ୍ଲାରେ ଏସପି ସ୍ତରରେ ବି ଅଦଳବଦଳ କରାଯାଇଛି । ୨୦୧୬ ମସିହାରୁ ଭୁବନେଶ୍ୱର କଟକର ପଂଚମ ପୁଲିସ କମିସର ଭାବେ ଦାୟିତ୍ୱ ନେଇଥିବା ୱା ଇ ବି ଖୁରାନିଆଙ୍କୁ ବଦଳି କରାଯାଇଛି । ୧୯୯୦ ବ୍ୟାଚର ଆଇପିଏସ ଥିଲେ ୱାଇବି ଖୁରାନିଆ ।ତାଙ୍କ ସ୍ଥାନରେ ସତ୍ୟଜିତ ମହାନ୍ତିଙ୍କୁ ନୂଆ ପୁଲିସ କମିସନର ଦାୟିତ୍ୱ ମିଳିଛି । ୧୯୮୮ ବ୍ୟାଚର ଆଇପିଏସ ହେଉଛନ୍ତି ସତ୍ୟଜିତ ମହାନ୍ତି ।

୧୯୯୦ ମସିହାରେ ସେ ଆଡିସିନାଲ ଏସପି ଭାବେ ଜୟପୁରରୁ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ କେରାପୁଟ, ରାଉରକେଲା, କଟକ, ବାଲେଶ୍ୱର ଜିଲ୍ଲାର ଏସପି ଭାବେ କାମ କରିଛନ୍ତି । ବିଶେଷ ଭାବେ ମାନବିକ ଅଧିକାର ସୁରକ୍ଷା ଓ ପୁଲିସର ଦାୟିତ୍ୱ ବୋଧ ଉପରେ ଅଧିକ ଫୋକସ କରିଛନ୍ତି ସତ୍ୟଜିତ ମହାନ୍ତି । ଅଗ୍ନିଶମ ଓ ଭିଜିଲାନ୍ସରେ ବି ସତ୍ୟଜିତ ମହାନ୍ତିଙ୍କ ଅଭିଜ୍ଞତା ରହିଛି । ଏହାସହ ଆଇପିଏସ ଅମିତିଭ ଠାକୁରଙ୍କୁ ସ୍ପେଶାଲ ଆର୍ମଡ ପୋଲିସର ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ୧୯୯୪ ବ୍ୟାଚରା ଆଇପିଏସ ସଞ୍ଜୀବ ପଣ୍ଡଙ୍କୁ ମିଳିଛି ପରିବହନ କମିସନରଙ୍କ ଦାୟିତ୍ୱ । ୨୦୦୭ ବ୍ୟାଚର ଆଇପିଏସ ପଣ୍ଡିତ ରାଜେସଙ୍କୁ କ୍ରାଇବ୍ରାଂଚରୁ ଭଦ୍ରକ ଏସପି ଭାବେ ବଦଳି କରାଯାଇଛି ।  ସେହିପରି ୨୦୧୧ ବ୍ୟାଚ ଆଇପିଏସ ବଟୁଲା ଗଙ୍ଗାଧର ହୋଇଛନ୍ତି କନ୍ଧମାଳ ଏସପି । ୨୦୧୨ ବ୍ୟାଚର ଆଇପିଏସ ମଡକାର ସନ୍ଦୀପଙ୍କୁ କ୍ରାଇମବ୍ରାଂଚକୁ ବଦଳି କରାଯାଇଛି ।