ଜାତିସଂଘର ଟପ୍ ପୋଷ୍ଟରେ ଓଡିଆ । ସହକାରୀ ମହାସଚିବ ଭାବେ ସତ୍ୟ ସୁନ୍ଦର ତ୍ରିପାଠୀଙ୍କୁ ମିଳିଲା ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

37

ୟୁଏନ ଟପ ପୋଷ୍ଟରେ ସତ୍ୟ ସୁନ୍ଦର ତ୍ରିପାଠୀ । ଜାତିସଂଘର ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତ ହେଲେ ସତ୍ୟ ଏସ ତ୍ରିପାଠୀ । ତେବେ ସତ୍ୟ ଏସ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ମିଳିତ ଜାତି ସଂଘର ମହାସଚିବ । ୟୁଏନଇପି ଯଥା ବିକାଶ ଓ ପରିବେଶ ବିଶେଷଜ୍ଞ ଭାବେ ସତ୍ୟ ସୁନ୍ଦର ତ୍ରିପାଠୀ ଜାତିସଂଘର ସହକାରୀ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି । ପରିବେଶ ବିକାଶ ବିଶେଷଜ୍ଞ ଭାବେ ବେଶ ପରିଚିତ ସତ୍ୟ ସୁନ୍ଦର ତ୍ରିପାଠୀ । ସେ ନ୍ୟୁୟର୍କଠାରେ ଜାତିସଂଘ ପରିବେଶ କାର୍ୟ୍ୟକ୍ରମର ମୁଖ୍ୟ ସଚିବ ଭାବେ କାର୍ଯ୍ୟଭାର ତୁଲାଇବେ । ଗତ କାଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗେ୍ଵଟ୍ରାସଙ୍କ କାର୍ୟ୍ୟାଳୟରୁ ଏ ସଂପର୍କରେ ଘୋଷଣା କରାଯାଇଛି ।

ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ଓ ପରେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀ ତ୍ରିପାଠୀ ଗତ ୨୦ ବର୍ଷ ହେଲା ଜାତିସଂଘର ବିଭିନ୍ନ କ୍ଷେତ୍ର ଯଥା ପରିବେଶ, ମାନବ ଅଧିକାର ଓ ନିରନ୍ତର ବିକାଶ କ୍ଷେତ୍ରରେ କାମ କରିଛନ୍ତି । ଏପରିକି ୟୁଏନଇପିର ଦୀର୍ଘସ୍ଥାୟୀ ବିକାଶ ୨୦୩୦ ଯୋଜନାର ପରାମର୍ଶଦାତା ଭାବେ ଦାୟିତ୍ୱଭାର ତୁଲାଇଛନ୍ତି ସତ୍ୟ ତ୍ରିପାଠୀ । ତେବେ ସତ୍ୟ ସୁନ୍ଦର ତ୍ରିପାଠୀଙ୍କ ପଦନ୍ନୋତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ମୁତାବକ ଅର୍ଥନୀତିଜ୍ଞ ଓ ଆନଜୀବୀଭାବେ ୩୫ ବର୍ଷ ଅଭିଜ୍ଞତା ସତ୍ୟ ତ୍ରିପାଠୀଙ୍କ ପାଖରେ ରହିଛି । ଯାହାର ଫଳ ସ୍ୱରୁପ ଇଣ୍ଡୋନେସିଆ ଭୂମିକମ୍ପ ଏବଂ ନିଆସ ଠାରେ ହୋଇଥିବା ସୁନାମି ପରେ ସେଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ତେବେ ସତ୍ୟ ତ୍ରିପାଠୀଙ୍କୁ ମିଶାଇ ବର୍ତ୍ତମାନ ଜାତିସଂଘରେ ୩ ଜଣ ଭାରତୀୟ ବିଭିନ୍ନ ବରିଷ୍ଠ ପଦବୀରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅତୁଲ ଖାରେ ଏବଂ ନିଖିଲ୍ ସେଠ୍ ।