ଏଆଇଏଡିଏମକେର ମଙ୍ଗ ଧରିବାକୁ ଯାଉଛନ୍ତି ଚିନାମ୍ମା

29

କନକ ବ୍ୟୁରୋ : ଏଆଇଏଡିଏମକେର ମଙ୍ଗ ଧରିବାକୁ ଯାଉଛନ୍ତି ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳା ନଟରାଜନ । ଦଳର ପରବର୍ତୀ ଜେନେରାଲ ସେକ୍ରେଟାରୀ ହେବେ ଶଶିକଳା । ଏ ନେଇ ସୂଚନା ଦେଇଛନ୍ତି ଏଆଇଏଡିଏମକେ ମୁଖପାତ୍ର ସି. ପୁନୈଆନ୍ । ସେ କହିଛନ୍ତି, ଦଳର ପରବର୍ତୀ ଜେନେରାଲ ସେକ୍ରେଟାରୀ ଭାବେ ଚିନାମ୍ମାଙ୍କୁ ଖୁବ ଶୀଘ୍ର ନିର୍ବାଚିତ କରାଯିବ ।

ପୁନୈଆନ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ଶଶିକଳା ୩୩ ବର୍ଷ ଧରି ସହଯୋଗୀ ଥିଲେ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମ୍ମା ତାଙ୍କର ପରାମର୍ଶ ନେଉଥିଲେ । ତେଣୁ ଦଳର ମୁଖ୍ୟ ହେବାକୁ ସେ ହିଁ ହେଉଛନ୍ତି ସବୁଠାରୁ ଯୋଗ୍ୟ ବ୍ୟକ୍ତି । ତାଙ୍କୁ ଦଳର ସମସ୍ତ ବରିଷ୍ଠ ସଦସ୍ୟ ସମର୍ଥନ କରୁଥିବାରୁ ଜେନେରାଲ ସେକ୍ରେଟାରୀ ଭାବେ ସେ ନିର୍ବାଚିତ ହେବାରେ କିଛି ସମସ୍ୟା ନାହିଁ । ଏଥିପାଇଁ ଦଳର ବିଧି ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତନ ଅଣାଯିବ ।