ସାବାସ ସତ୍ୟଜିତ୍ ! ଆପଣଙ୍କ ଭୋଟ୍ ଓଡିଆ ପ୍ରତିଭାଙ୍କୁ କରିବ ସାରେଗାମାପା ଲିଟିଲ୍ ଚାମ୍ପସ୍

84

ଜାତୀୟ ମଂଚରେ ଓଡିଆ ପ୍ରତିଭାଙ୍କ ଜୟଯାତ୍ରା ଅତୀତରେ ଅନେକ ଦେଖିବାକୁ ମିଳିଛି । ଏକାଧିକ ଓଡିଆ ଜାତୀୟ ସ୍ତରରେ ନିଜ ଟ୍ୟାଲେଂଟ୍ ବଳରେ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ସଙ୍ଗୀତ ପ୍ରତିଯୋଗୀତାର ମଂଚ ହେଉ କି ଡ୍ୟାନ୍ସ ରିୟାଲିଟି ଶୋ ଅନେକ ପ୍ରତିଭା ଓଡିଶା ପାଇଁ ଗୌରବର କାରଣ ପାଲଟିଛନ୍ତି । ତେବେ ଓଡିଆ ପ୍ରତିଭାଙ୍କ ଏହି ତାଲିକାରେ ଯୋଡା ହେବାକୁ ଯାଉଛି ଆଉ ଏକ ନାମ । ସେ ହେଲେ ସତ୍ୟଜିତ୍ ଜେନା ।

ଜି ଟିଭିରେ ପ୍ରସାରିତ ହେଉଥିବା ମ୍ୟୁଜିକ୍ ରିୟାଲିଟି ଶୋ ସାରେଗାମାପା ଲିଟିଲ୍ ଚ୍ୟାମ୍ପସର ଜଣେ ପ୍ରତିଭାବାନ୍ କଣ୍ଠଶିଳ୍ପୀ । ଅନେକ ବଛା ବଛା ସିଙ୍ଗରଙ୍କୁ ପଛରେ ପକାଇ ସତ୍ୟଜିତ୍ ଏବେ ଟପ୍ ଟେନ୍ ତାଲିକାରେ ନିଜ ନାମକୁ ସୁରକ୍ଷିତ କରିପାରିଛନ୍ତି । ଆଗକୁ ଲକ୍ଷ ସାରେଗାମାପା ଲିଟିଲ୍ ଚାମ୍ପସ୍ ଟ୍ରଫି ହାସଲ କରିବା । ଏବେ ସାରେଗାମାପା ମଂଚରେ ସତ୍ୟଜିତ୍ ଦେଖାଉଛନ୍ତି ନିଜ ଗାୟିକିର କମାଲ୍ । ଟପ୍ ଟେନ୍ରେ ସିନା ନିଜ ସ୍ଥାନ ବନାଇପାରିଛନ୍ତି । ହେଲେ ଆଗକୁ ବଢିବା ପାଇଁ ଦରକାର ଦର୍ଶକଙ୍କ ଭୋଟ୍ ।

ସଙ୍ଗୀତ ମଇଦାନରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇବା ପାଇଁ ଓଡିଆ ପ୍ରତିଭା ସତ୍ୟଜିତ୍ ଜେନା ଜାରି ରଖିଛନ୍ତି ନିଜ ସଂଗ୍ରାମ । ସା ରେ ଗା ମା ପା ଲିଟିଲ୍ ଚ୍ୟାମ୍ପସ୍ ମଂଚରେ ଦିନକୁ ଦିନ କଡ୍ଡା ହେବାରେ ଲାଗିଛି ଟକ୍କର୍ । ସହପ୍ରତିଯୋଗୀଙ୍କୁ ମାତ୍ ଦେଇ ଆଗକୁ ବଢିବାକୁ ପଡିବ । ହେଲେ ସେଥିପାଇଁ ଦରକାର ଦର୍ଶକଙ୍କ ବିପୁଳ ଭୋଟ୍ । ସତ୍ୟଜିତଙ୍କୁ ଭୋଟ୍ ଦେଇ ଜିତେଇବା ଏବେ ଆମ ସଭିଁଙ୍କ କର୍ତବ୍ୟ । ଯେମିତିକି ଜାତୀୟସ୍ତରରେ ଆଉ ଏକ ଓଡିଆ ପ୍ରତିଭା ହାସଲ କରୁ ନିଜ ସଫଳତା ।