ବିିଳମ୍ବିତ ରାତ୍ରିରେ ଏକାଠି ନଜର ଆସିଲେ ଅନିଲ କପୁରଙ୍କ ପୁଅ ଓ ସୈଫଙ୍କ ଝିଅ

90

ସୈଫ ଅଲ୍ଲୀ ଖାନ ଓ ତାଙ୍କର ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାପାଇଁ ଯାଉଛନ୍ତି । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସାରା ତାଙ୍କର ସାବତ ମା କରୀନା କପୁରଙ୍କ ଠାରୁ ଅଭିନୟ ଟିପ୍ସ ନେଉଛନ୍ତି । ଏଥିଯୋଗୁଁ ସାରା ସବୁବେଳେ ଏବେ କରୀନାଙ୍କ ଘରେ ଦେଖିବା ପାଇଁ ମିଳୁଛି ।

ନିକଟରେ ସାରାଙ୍କୁ କରୀନାଙ୍କ ଘରୁ ବିଳମ୍ବିତ ରାତ୍ରୀରେ ବାହାରିଥିବାର ଦେଖାଗଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥାହେଲା ସାରାଙ୍କ ସହ ଥିଲେ ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର । ଦୁଇଜଣ ଯେତେବେଳେ ଘରୁ ବାହାରି ଗାଡି ନିକଟକୁ ଯାଉଥିଲେ ଉଭୟଙ୍କୁ କ୍ୟାମେରାରେ କଏଦ କରିନିଆ ଯାଇଛି । ସେ ସମୟରେ ସାରା ଏକ କଳା ରଙ୍ଗର ପୋଷାକ ପିନ୍ଧିଥଲେ ଓ ବହୁତ ସେକ୍ସି ମଧ୍ୟ ଲାଗୁଥିଲେ ।