ରିଲିଜ୍ ହେଲା ସଂଜୁ ସିନେମାର ଆଉ ଏକ ଗୀତ ‘ବାବା ବୋଲତା ହେ ବସ ହୋ ଗୟା’ ! ସୋସିଆଲ୍ ମିଡିଆରେ ହେଲା ଭାଇରାଲ୍ ।

48

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ସଂଜୁ’ ରିଲିଜ ହୋଇସାରିଛି । ଫିଲ୍ମ ମାତ୍ର ୩ ଦିନରେ ୧୦୦ କୋଟି ଆୟ କରିବାରେ ମଧ୍ୟ  ସଫଳ ହୋଇପାରିଛି । ଦର୍ଶକ ଫିଲ୍ମକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ନିକଟରେ ସଂଜୁର ଆଉ ଏକ ନୂଆ ଗୀତ ‘ବାବା ବୋଲତା ହେ ବସ ହୋ ଗୟା’ ରିଲିଜ ହୋଇଛି । ଗୀତରେ ରଣବୀରଙ୍କ ସହିତ ସଂଜୁ ବାବା ନଜର ଆସିଛନ୍ତି । ଦୁହେଁ ସୁଟ-ବୁଟରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଗୀତ ବିଷୟରେ କହିବାକୁ ଗଲେ ସଂଜୟ ଏବଂ ରଣବୀର ମିଡିଆରେ ଛପୁଥିବା ହେଡଲାଇନ ଉପରେ କଟାକ୍ଷ କରୁଥିବାର ନଜର ଆସିଛନ୍ତି । ଏଣ୍ଟରଟେନମେଣ୍ଟ ଜଗତରେ ସବୁ ଖବର ସୂତ୍ର ଅନୁସାରେ ଲେଖାଯାଇଥାଏ । ଏହାକୁ ନେଇ ଗୀତରେ ଦୁଇ କଳାକାର କଟାକ୍ଷ କରୁଥିବା ନଜର ଆସିଛନ୍ତି ।