ପୁଲିସ ହେବତ ଏମିତି ….ଦିନରେ କରନ୍ତି ଡ୍ୟୁଟି, କିନ୍ତୁ ରାତି ହେଲେ ଭୋକିଲା ଲୋକଙ୍କୁ ଖୋଜି ଖୋଜି ଖାଇବାକୁ ଦିଅନ୍ତି ରଣଜୀତ୍

39

ପୁଲିସବାବୁ …ଶଦ୍ଦଟିକୁ ଶୁଣିବା କ୍ଷଣି ସଭିଁଙ୍କ ମନରେ ଚାଲିଆସିଥାଏ ଭୟ ନଚେତ୍ ରାଗ । କାରଣ ପୁଲିସବାବୁଙ୍କର ଯେଉଁ ଛବି ଦେଶର ପ୍ରତ୍ୟେକ ନାଗରିକଙ୍କ ମନରେ ଆଙ୍କି ହୋଇଯାଇଛି, ତାହା ଆଙ୍କି ହୋଇଯାଇଛି ସତ ହେଲେ କିଛି ପୁଲିସ ଅଧିକାରୀ ଏଭଳି ବି ଅଛନ୍ତି, ଯିଏକି ପୁଲିସର ଖାକିବର୍ଦ୍ଦିକୁ ଆହୁରୀ ଗର୍ବିତ କରିଦେଇଥାନ୍ତି, ସେ ବି ପୁଣି ନିଜ ନିଆରା କାମ ଜରିଆରେ ।

ଏଭଳି ଅନେକ ପୁଲିସ ଅଧିକାରୀ ଏବେ ସାମ୍ନାକୁ ଆସିଛନ୍ତି, ଯେଉଁମାନେ ପୁଲିସବାଲା ହେବା ସହିତ ଜଣେ ଭଲ ମଣିଷ ହେବାର ମଧ୍ୟ ସମସ୍ତ କର୍ତ୍ତବ୍ୟ ପାଳନ କରିଛନ୍ତି । ଏହି ଅବସରରେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ପୁଲିସକର୍ମୀଙ୍କ ସଂପର୍କରେ ଜଣାଇବୁ, ଯିଏକି ଭୋକିଲା ରିକ୍ସାବାଲାଙ୍କୁ ଖାଇବାକୁ ଦିଅନ୍ତି । ତେବେ ସେ ଏହି କାମ ଥରେ କି ଦୁଇଥର ନୁହଁ ବରଂ ବହୁଥର କରିଆସିଛନ୍ତି ।

ଆମେ ଆଲୋଚନା କରୁଛୁ ୟୁପିର ଜଣେ ପୁଲିସ୍ ଅଧିକାରୀଙ୍କ ବିଷୟରେ । ରଣଜୀତ ଯାଦବ, ଯିଏକି ରେଳ ଷ୍ଟେସନ କଡରେ ଭୋକ ଉପାସରେ ବସିଥିବା ରିକ୍ସାବାଲାଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତି । ଏସଆଇ ରଣଜୀତ ଯାଦବ ଗରିବ ରିକ୍ସା ଚାଳକଙ୍କ ପାଇଁ ଏଭଳି ମାନବିକତା ପୂର୍ଣ୍ଣ କାମ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଦିନେ ସବ-ଇନ୍ସପେକ୍ଟର ରଣଜୀତ ଯାଦବ ଖାଇବା ପାଇଁ ଥାନାର କ୍ୟାଂଟିନକୁ ଯାଇଥିଲେ । ସେଠାରେ ସେ ବହୁତ ଗୁଡିକ ଖାଦ୍ୟ ବଳିପଡିଥିବାର ଦେଖିବାକୁ ପାଇଥିଲେ । ଏହାପରେ ରଣଜୀତ ଏହି ବଳକା ଖାଦ୍ୟକୁ ଧରି ଷ୍ଟେସନ ନେଇଯାଇଥିଲେ ଆଉ ସେଠାରେ ଶୋଇଥିବା ରିକ୍ସାବାଲାଙ୍କୁ ଗୋଟି ଗୋଟି କରି ଉଠାଇ ତାଙ୍କୁ ଖାଇବାକୁ ଦିଅନ୍ତି ।

ରଣଜୀତଙ୍କ ମତରେ, ଗରିବ ଏବଂ ଅସହାୟ ଲୋକମାନଙ୍କର ସେବା ହିଁ ସତ ସେବା ଅଟେ । ଏଠାରେ ବି ରୁଟି ବ୍ୟାଙ୍କ କୌଣସି ସଂସ୍ଥାକୁ ଖୋଲିବା ଦରକାର । ଯାହାଦ୍ୱାରା ଗରିବ ରିକ୍ସା ଚାଳକ ଏବଂ ଭୋକ ଉପାସରେ ଫୁଟପାଥରେ ଶୋଉଥିବା ଲୋକମାନଙ୍କୁ ବି ଖାଦ୍ୟ ମିଳିପାରିବ । ରଣଜୀତଙ୍କୁ ଯେତେବେଳେ ବି ସମୟ ମିଳେ ସେ,ଭୋକିଲା ଲୋକଙ୍କୁ ଖାଦ୍ୟ ଦେବାକୁ ବାହାରି ପଡନ୍ତି ।