ନିର୍ବାଚନୀ ବୈତରଣୀ ପାରି ହେବାରେ ବିଫଳ ହେଲେ ସଂଜୀବ ମାରିକ୍

17

ଝାରଖଣ୍ଡ : ନିର୍ବାଚନୀ ବୈତରଣୀ ପାରି ହେବାରେ ବିଫଳ ହେଲେ ସଂଜୀବ ମାରିକ୍ । ଝାରଖଣ୍ଡର ଗୋଡ୍ଡା ଆସନ ପାଇଁ ଉପ-ନିର୍ବାଚନ ଲଢ଼ିଥିବା ଓଡ଼ିଶାର ପୂର୍ବତନ ପୁଲିସ୍ ଡିଜି ସଂଜୀବ ମାରିକ୍ ପରାସ୍ତ ହୋଇଛନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକେଟରୁ ନିର୍ବାଚନ ଲଢ଼ିଥିବା ମାରିକ୍ ମୋଟ୍ ୧୮ ହଜାର ୩ଶହ ୩୭ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଆସନରେ ବିଜେପି ପ୍ରାର୍ଥୀ ତଥା ରଘୁନନ୍ଦନ ମଣ୍ଡଳଙ୍କ ପୁଅ ଅମିତ ମଣ୍ଡଳ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଆର୍ଜେଡି ପ୍ରାର୍ଥୀ ସଂଜୟ ଯାଦବଙ୍କୁ ଠାରୁ ୩୪ ହଜାର ୫ଶହ ୫୧ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜୟୀ ପ୍ରାର୍ଥୀ ଅମିତ ମଣ୍ଡଳ ୮୩ ହଜାର ୯୮୭ ଭୋଟ୍ ପାଇଥିବା ବେଳେ ସଂଜୟ ଯାଦବ ମୋଟ୍ ୪୯ ହଜାର ୪୩୬ ଭୋଟ୍ ପାଇଛନ୍ତି ।