ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପୁଣି ବଢିଲା ଅଡୁଆ

18

ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ ଟାର୍ଗେଟ କଲା ବିଜେପି , ସ୍ୱଚ୍ଚ ଶାସନର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ତଦନ୍ତ କରନ୍ତୁ ଓ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି । ଏବଂ, ସତ ସାହାସ ଥିଲେ ସଂଜୟ ରାଜନୀତିରୁ ସନ୍ୟାସ ନିଅନ୍ତୁ ବୋଲି ବିଜେପି କହିଛି । ସଂଜୟ ଦାସ ବର୍ମାଙ୍କ ସଂପର୍କୀୟଙ୍କ ନାଁରେ ଥିବା ଟିମ ମିଡିଆ ଆଣ୍ଡ ହସ୍ପିଟାଲ ପ୍ରାଇଭେଟ ଲିମିଟେଡ୍ କିପରି ଚିଟଫଣ୍ଡ ସଂସ୍ଥା ଏସଏଲଭି ଏରିଆ ଠାରୁ ଖବର କାଗଜ ମାଲିକାନା କିଣିଲା ସେ ନେଇ ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । ଟିମ ମିଡିଆ ଆଣ୍ଡ୍ ହସ୍ପିଟାଲଟିର ୬୬ ପ୍ରତିଶତ ଅଂଶୀଦାର ନିଜେ ସଂଜୟ ଦାସ ବର୍ମା ଥିବା ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏକ ଖବର କାଗଜ ପ୍ରକାଶକ ସତ୍ୟପ୍ରିୟ ଜୟସିଂଙ୍କୁ ମନ୍ତ୍ରୀ ସଂଜୟ ଦାସ ବର୍ମା ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି ।୨୦୦୯ରେ ହାଉସିଂବୋର୍ଡ ଅଧ୍ୟକ୍ଷ ଥିବା ସମୟରେ ସତ୍ୟପ୍ରିୟ ଜୟସିଂଙ୍କୁ ସଂଜୟ ଗୃହ ଆବଟଂନ ଯୋଜନାରେ ପ୍ଲଟ ଦେଇଥିଲେ । ୨୦୦୯ରେ ଇନଫୋସିଟିର ୫୦୦ ଡିସିମିଲ ଜମି ଟିମ ମିଡିଆ ଆଣ୍ଡ୍ ହସ୍ପିଟାଲକୁ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଏନେଇ ସିବିଆଇ ନିକଟରେ ବିଜେପି ତଥ୍ୟ ଦାଖଲ କରିବ ବୋଲି କହିଛି । ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ମଧ୍ୟ ସିବିଆଇ ଅଫିସ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତକାଲି ସିଭିଲ ସୋସାଇଟି ପକ୍ଷରୁ ସିବିଆଇ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ସାମାଜିକ କର୍ମୀ ଓ ମାନବଧିକାର କର୍ମୀ ମଧ୍ୟ ସାମିଲ ହୋଇଥିଲେ ।