କଂଗ୍ରେସର ତୁଙ୍ଗ ନେତାଙ୍କ ଗହଣରେ ହତ୍ୟାକାରୀ ଶମ୍ଭୁଆର ଫଟୋକୁ ନେଇ ଚର୍ଚ୍ଚା

44

sambhuaଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପାତ୍ରପଡା ଗୁଳିକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡ ଶମ୍ଭୁଆର ପଲିଟିକାଲ ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖଣ୍ଡଗିରି ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ଶମ୍ଭୁଆ ଓରଫ ରଶ୍ମୀ ରଂଜନ ପାଟ୍ଟସାଣୀଙ୍କ ବିଭିନ୍ନ କଂଗ୍ରେସ ନେତାଙ୍କ ସହ ଅନ୍ତରଙ୍ଗ ଫଟୋ ରହିଛି । ଏହି ଫଟୋରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଧାୟକ ଚିରଂଜୀବ ବିଶ୍ୱାଳ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ରହିଛନ୍ତି । ଫଟୋ ଗୁଡିକରେ ଶମ୍ଭୁଆ କଂଗ୍ରେସ ନେତାଙ୍କ ସହ ବେଶ ଘନିଷ୍ଠ ଥିବା ଜଣାପଡୁଛି।