ସମ୍ବଲପୁର ସଦର ଥାନା ଅଂଚଳରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଗଣଦୁର୍ଷ୍କମ ଅଭିଯୋଗ

28

କନକ ବ୍ୟୁରୋ : ସମ୍ବଲପୁର ସଦର ଥାନା ଅଂଚଳରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଗଣଦୁର୍ଷ୍କମ ଅଭିଯୋଗ । ଏହି ଘଟଣାରେ ପୋଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ପୀଡିତା ପାଖ ଗାଁରୁ କିରୋସିନ୍ ଆଣି ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡିଥିଲେ ।

ଛୁରୀ ଦେଖାଇ ନାବାଳିକାକୁ ତିନି ଦୁର୍ବୃତ୍ତ ନିକଟସ୍ଥ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ଲୋକଲଜ୍ଜା ଭୟରେ ପୀଡିତା ଜଣକ କିରାସିନ ପିଇଦେଇଥିଲେ । ପରିବାର ଲୋକେ ତାକୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଏବେ ପୀଡିତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ଦେଖନ୍ତୁ ଏହି ଭିଡ଼ିଓ –