ସମ୍ବଲପୁର ଘରୋଇ କଲେଜରେ ନର୍ସିଂ ଛାତ୍ରୀଙ୍କୁ ରାଗିଂ ! ଚୁଟି କାଟିଦେଲେ ସିନିୟର ଛାତ୍ରୀ, ମୁହଁରେ ବୋଳିଲେ କଳା

35

କନକ ବ୍ୟୁରୋ : ସମ୍ବଲପୁରରେ ଛାତ୍ରୀଙ୍କୁ ରାଗିଂ । ଛାତ୍ରୀଙ୍କ ଚୁଟି କାଟି, ମୁହଁରେ କଳା ବୋଳି ଦେଇଛନ୍ତି ସହପାଠୀ । ଛାତ୍ରୀଙ୍କୁ ତାଙ୍କ ସହପାଠୀ ମାନେ ପସନ୍ଦ କରୁନଥିବାରୁ ଏଭଳି କରିଥିବା ଅଭିଯୋଗ ହୋଇଛି । ଏପରିକି ସଂପୃକ୍ତ ଛାତ୍ରୀଙ୍କ ବାପା ଗୁପଚୁପ୍ ବିକୁଥିବାରୁ ଅନ୍ୟ ସହପାଠୀ ମାନେ ବାରମ୍ବାର କମେଂଟ୍ ମାରୁଥିଲେ ।

ଛାତ୍ରୀ ଜଣକ ସମ୍ବଲପୁରର ଏକ ଘରୋଇ ଟ୍ରେନିଂ ସ୍କୁଲର ଦ୍ୱିତୀୟ ବର୍ଷର ଛାତ୍ରୀ । ସେ କୁଚିଣ୍ଡା ଅଂଚଳରେ ରହୁଥିବା ବେଳେ ୨ ବର୍ଷ ହେଲା ଟ୍ରେନିଂ ସ୍କୁଲରେ ପାଠ ପଢୁଥିଲେ । ତେବେ ଛାତ୍ରୀଙ୍କ ସହପାଠୀମାନେ ବାରମ୍ବାର ତାଂକ ଜାତିକୁ ନେଇ ଆକ୍ଷେପ କରୁଥିଲେ । ଗତକାଲି ରାତିରେ ସଂପୃକ୍ତ ଛାତ୍ରୀ ଜଣକ ଶୋଇଥିବା ବେଳେ ତାଙ୍କ ସାଙ୍ଗରେ ରହୁଥିବା ସହପାଠୀ ମାନେ ଛାତ୍ରୀଙ୍କ ଚୁଟି କାଟିବା ସହ ମୁହଁରେ କଳା ବୋଳି ଦେଇଥିଲେ । ଅଭିଯୋଗ ପରେ ପୋଲିସ, କଲେଜ୍ ଅଧ୍ୟକ୍ଷ ଏବଂ ହଷ୍ଟେଲ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।