ଶିକ୍ଷକ ଭୂମିକାରେ ଜିଲ୍ଲାପାଳ ! ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଏକ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ସମର୍ଥ ବର୍ମା

44

କନକ ବ୍ୟୁରୋ: ଶିକ୍ଷକ ଭୂମିକାରେ ଜିଲ୍ଲାପାଳ । ସ୍କୁଲରେ ପାଠ ପଢାଇଲେ ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଏକ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି ସମର୍ଥ ବର୍ମା । ଗତକାଲି ମାଓପ୍ରବଣ ଯୁଯୁମୁରା ବ୍ଲକ ପରିଦର୍ଶନରେ ଯାଇଥିଲେ ଜିଲ୍ଲାପାଳ । ସେହି ସମୟରେ ଜିଲ୍ଲାପାଳ ଲିପିଣ୍ଡା ପଂଚାୟତର ନାରଙ୍ଗୀପାଲି ସ୍କୁଲର ସ୍ଥିତି ଜାଣିବା ପାଇଁ ପଂହଚିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା ।

ସେଠାରେ ସେ ସ୍କୁଲର ସ୍ଥିତି ବାବଦରେ ସ୍କଲ କର୍ତୃପକ୍ଷଙ୍କ ଠାରୁ ପଚାରି ବୁଝିବା ସହ ଛାତ୍ରଛାତ୍ରୀଙ୍କ ପାଠପଢା ବାବଦରେ ଜାଣିବାକୁ ଚାହିଁଥିଲେ । ଜିଲ୍ଲାପାଳ ନିଜେ ଶ୍ରେଣୀଗୃହକୁ ଯାଇ ପିଲାଙ୍କୁ କିଛି ପଢାଇଥିବାର ଦୃଶ୍ୟ ନଜରକୁ ଆସିଛି । ଗତ କିଛି ଦିନ ତଳେ ନକ୍ସାପାଲିର ଏକ ସ୍କୁଲ ପରିଦର୍ଶନରେ ଯାଇଥିବା ବେଳେ ମଧ୍ୟ ପିଲାଙ୍କୁ ପଠା ପଢାଇଥିଲେ ଜିଲ୍ଲାପାଳ ।