ବାଲେଶ୍ୱରର ବସ୍ତାରେ ନକଲି ମଦ କାରଖାନା ଠାବ ! ରୂପସାରେ ଲକ୍ଷାଧିକ ଟଙ୍କାର ମଦ ସାମଗ୍ରୀ ଜବତ, ୨ ଗିରଫ

40

କନକ ବ୍ୟୁରୋ : ବାଲେଶ୍ୱରର ବସ୍ତାରେ ନକଲି ମଦ କାରଖାନା ଠାବ । ରୂପସାରେ ବେଆଇନ୍ ମଦ କାରଖାନା ଠାବ କରିଛି ଅବକାରୀ ବିଭାଗ । ଗତକାଲି ରାତିରେ ବାଲେଶ୍ୱର, ଜଳେଶ୍ୱର ଓ ବସ୍ତାର ଅବକାରୀ ଅଧିକାରୀ ମିଳିତ ଭାବେ ରୂପସାରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ବେଆଇନ୍ ମଦ କାରଖାନାରୁ ଲକ୍ଷାଧିକ ଟଙ୍କାର ମଦ ସାମଗ୍ରୀ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ସୋରର ଦୁଇ ସ୍ଥାନରେ ମଧ୍ୟ ଅବକାରୀ ବିଭାଗ ଚଢାଉ କରିଛି । ଆଜି ସକାଳୁ ସକାଳୁ କୁପାରିବରପଦା ଓ ସିମୁଳିଆର କେତେକ ମଦ ଦୋକାନରେ ଛାପା ମାରିଛି ଅବକାରୀ ବିଭାଗ ।