ସିଲ ହେଲା ପୁରୀ ସମଯାଜପୁର ଓଭର ବ୍ରିଜ : ବିକଳ୍ପ ରାସ୍ତାରେ ଗାଡି ଚଳାଚଳ ଆରମ୍ଭ

24

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ସିଲ ହେଲା ପୁରୀ ସମଯାଜପୁର ଓଭର ବ୍ରିଜ । ବିକଳ୍ପ ରାସ୍ତାରେ ଗାଡି ଚଳାଚଳ ଆରମ୍ଭ ହୋଇଛି । ବ୍ରିଜର ମରାମତି କାମ ମଧ୍ୟ ଆରମ୍ଭ କରାଯାଇଛି । ଆସନ୍ତା ୧୯ ତାରିଖ ସଂନ୍ଧ୍ୟାରୁ ୨୦ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ୨ ଦିନ ପାଇଁ ଓଭରବ୍ରିଜ ଅସ୍ଥାୟୀ ଭାବେ ଖୋଲାଯିବ । ଟ୍ରାଫକ୍କୁ କଂଟ୍ରୋଲ କରି ଗାଡି ଚଳାଚଳ କରାଯିବ । ପରେ ୩୦ରେ ମରାମତି କାମ ସରିବା ପରେ ଜିଲ୍ଲାପ୍ରଶାସନକୁ ବ୍ରିଜ ଏନଏଚଆଇ ହସ୍ତାନ୍ତାର କରିବ । ସମଯାଜପୁର ରେଲୱେ ଓଭରବ୍ରିଜ ଦିବାଦ ସମ୍ନାକୁ ଆସିବା ପରେ ଘଟଣା ସ୍ଥଳକୁ ଯାଇ ଯାଂଚ କରିଥିଲେ ପୂର୍ତବିଭାଗ ସଚିବ ନଳନୀକାନ୍ତ ପ୍ରଧାନ । ଏନଏଚଏଆଇ ଓଡିଶା ମୁଖ୍ୟ ଧର୍ମାନନ୍ଦ ଷଡଙ୍ଗୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ସାର୍ଥକ ଷଡଙ୍ଗୀ ମଧ୍ୟ ବ୍ରିଜ ଫାଟର ଅନୁଧ୍ୟାନ କରିଥିଲେ । ଆଲୋଚନା ପରେ ବିକଳ୍ପ ରାସ୍ତା ଖୋଲିବା ନେଇ ନିଷ୍ପତି ହୋଇଛି ।