ଫିଲ୍ମ ‘ଟାଇଗର ଜିନ୍ଦା ହୈ’ରେ ଟିଭି ଉପସ୍ଥାପିକା ଅଞ୍ଜନା : ସଲମାନଙ୍କୁ ପଚାରିଲେ , ଫିଲ୍ମରେ ମୋ କାମ କେମିତି ଲାଗିଲା ?

38

ଭାଇଜାନ ସଲମାନଙ୍କୁ କିଏ ବା ନ ଜାଣେ । ଭାଇଜାନଙ୍କ ସହ ଆକ୍ଟିଂ କରିବା ପାଇଁ ଅଭିନେତ୍ରୀମାନେ ଲାଇନ ଲାଗିଥାନ୍ତି । କିନ୍ତୁ ନିକଟରେ ଜଣେ ଟିଭି ଆଙ୍କର ଭାଇଜାନଙ୍କ ‘ଟାଇଗର ଜିନ୍ଦା ହୈ’ରେ କାମ କରିବାକୁ ସୁଯୋଗ ପାଇଥିଲେ । ପ୍ରାୟ ଆପଣ ଏହି ଆଙ୍କରକୁ ଜାଣିଥିବେ, ନ୍ୟୁଜ ଚ୍ୟାନେଲ ଆଜତକର ଲୋକପ୍ରିୟ ଉପସ୍ଥାପିକା ଅଞ୍ଜନା ଓମ୍ କଶ୍ୟପ । ଅଞ୍ଜାନା, ସଲମାନ ଓ କ୍ୟାଟ୍ରିନାଙ୍କ ଥିବା ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି ।

ଫିଲ୍ମ ‘ଟାଇଗର ଜିନ୍ଦା ହୈ’ରେ ଅଞ୍ଜନାଙ୍କୁ କିଛି ସମୟ ପାଇଁ ଦେଖିବାକୁ ପାଇଥିବେ ପ୍ରଶଂସକ । ଭାଇଜାନଙ୍କ ଏହି ଫିଲ୍ମୁକୁ ଖୁବ ପସନ୍ଦ ବି କରିଛନ୍ତି ଦର୍ଶକ  । ବକ୍ସ ଅଫିସରେ ମଧ୍ୟ ଧମାଲ କରି ଭଲ ଆୟ କରିଛି । ଏବେ ବି  ସଲମାନ କ୍ୟାଟ୍ରିନାଙ୍କ ଏହି ଫିଲ୍ମ ଆୟ କରିବାରେ ଲାଗିଛି । ଏହି ଦୁହିଁଙ୍କ ଦମଦାର ଆକ୍ଟିଂ ପାଇଁ ଫିଲ୍ମ ବକ୍ସ ଅଫିସରେ ୩୦୦ କୋଟି ଆୟ କରିସାରିଲାଣି ବୋଲି କୁହାଯାଉଛି ।

ଖବର ଅନୁସାରେ , ଏହି ଭିଡିଓରେ  ଅଞ୍ଜନା ସଲମାନଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି । ଅଞ୍ଜନା ସଲମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ, ‘ଏହି ଫିଲ୍ମରେ ମୋର ଆକ୍ଟିଂ ଆପଣଙ୍କୁ  କିପରି ଲାଗିଲା’ । ସଲମାନ ଏହାର ଉତ୍ତର ହସି ହସି ଦେଇଥିଲେ, ଏବଂ କହିଥିଲେ, ଆପଣଙ୍କ ଆକ୍ଟିଂ ମୋତେ ବହୁତ ଭଲ ଲାଗିଲା ବୋଲି ଅଞ୍ଜନାଙ୍କୁ କହିଥିଲେ ଭାଇଜାନ ।