ଦଶହଜାର ମହିଳା ଚଳାଇବେ ଟାକ୍ସି । ନରମିଲା ସାଉଦିଆରବ ! ନାରୀଙ୍କୁ ଦେଲା ସମ୍ମାନ । 

27
ଆଜିକାଲି ପୁରୁଷଙ୍କ ଅପେକ୍ଷା ମହିଳାମାନେ କର୍ମକ୍ଷେତ୍ରରେ ଅଧିକ ଆଗ୍ରହ ଦେଖାପ୍ରକାଶ କରୁଛନ୍ତି । ମହିଳାମାନେ ଖୁବଶୀଘ୍ର ଟାକ୍ସି ଚଳାଉଥିବା ଦେଖିବାକୁ ମିଳିବ । ଆଉ ଏଭଳି  ସୁଯୋଗ ଆଣିଦେଇଛି ବହୁଦେଶୀୟ ଟାକ୍ସି କମ୍ପାନୀ । ମହିଳାଙ୍କୁ ସହାୟତାର ହାତ ବଡାଇଛି  ଏହି କମ୍ପାନୀମାନେ । କେଉଁ ଦେଶରେ ଏଭଳି ସୁଯୋଗ ମିଳିବ ଜାଣିବାକୁ ଚାହୁଛନ୍ତି କି ?
ସାଉଦୀ ଆରବରେ ଏହି ସୁବିିଧା ଶୀଘ୍ର ଉପଲବ୍ଧ ହେବ ।

ଏହି ଦେଶର ଦଶ ହଜାର ମହିଳାଙ୍କୁ ଟ୍ୟାକ୍ସି ଚଲାଇବା ଦୃଶ୍ୟ ଦେଖିବାକୁ ପାଇବେ । ଏ ବାବଦରେ ବହୁ ଦେଶରେ ପରିଚାଳନା କରୁଥିବା ଟ୍ୟାକ୍ସି କମ୍ପାନୀ ଉବେର ଓ କମ୍ପାନୀ କରିମ ମହିଳାମାନଙ୍କୁ ଡ୍ରାଇଭିଂ ପାଇଁ ଲାଇସେନସ ଦେବା ଆରମ୍ଭ କରିଛନ୍ତି । ସାଉଦି ଆରବର ରୟାଲ ପ୍ରାଧିକାରୀ ମହିଳାମାନଙ୍କୁ ସେପଟେମ୍ବର ୨୦୧୭ରେ ଟ୍ୟାକ୍ସି ଚଳାଇବା ପାଇଁ ଅନୁମତି ଦେଇଥିଲେ ।

ଆମେରିକାର ପ୍ରମୁଖ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସାଉଦୀଆରବର ୮୦ ପ୍ରତିଶତ ମହିଳା ଉବେର ଟ୍ୟାକ୍ସକୁ ବ୍ୟବହାର କରୁଥିଲା ବେଳେ ଦୁବାଇରେ ମଧ୍ୟ ୭୦ ପ୍ରତିଶତ ମହିଳାଗ୍ରାହକ କମ୍ପାନୀ ଉବେର ଓ କରନି ଟ୍ୟାକ୍ସି ଚଳାଚଳ କରୁଛନ୍ତି । ମହିଳାମାନଙ୍କ ସୁବିଧା ପାଇଁ ଟ୍ୟାକ୍ସି କମ୍ପାନୀ ଉବେର ଓ କରିମ ମହିଳାମାନଙ୍କୁ ଡ୍ରାଇଭର ପଦରେ ନିଯୁକ୍ତି ଦେଉଛନ୍ତି । ସାଉଦୀ ଆରବ ଓ ଦୁବାଇର ମହିଳାମାନେ ଟ୍ୟାକ୍ସି ଚଳାଇବା ପାଇଁ ଆରାମଦାୟକ ମନେ କରନ୍ତି ।
ଏବେ ଏହି ଦେଶର ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହା ପରେ ସେମାନେ ଟ୍ୟାକ୍ସି ଚାଳଇବେ । ପ୍ରତ୍ୟେକ ଷ୍ଟାଣ୍ଡରେ ପୁରୁଷ ଟ୍ରାଇଭର ବି ଉପଲବ୍ଧ ରହିବେ । ଏମାନେ ସମସ୍ତେ ସାଉଦୀ ଆରବର ନାଗରିକ ଅଟନ୍ତି ଏବଂ ନିଜର ଟ୍ୟାକ୍ସି ଅଛି । ଏହା ନିଶ୍ଚିତ ଯେ ମହିଳାମାନେ ଗାଡିଚଳାଇବା ଦ୍ୱାରା ପୁରୁଷଙ୍କ ରୋଜଗାର ଉପରେ ପ୍ରଭାବ ପଡିବ । ଏହାଦ୍ୱାରା ମହିଳାମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବାରେ ସକ୍ଷମ ହେବେ ।
ସୌଜନ୍ୟ:ଦୈନିକ ଜାଗରଣ