ବଢିଲା ହୀରାକୁଦ ନଦୀବନ୍ଧର ସୁରକ୍ଷା ! ପ୍ରଥମ ପର୍ଯ୍ୟାୟରେ ନିୟୋଜିତ ହେବେ ଶହେ ସୁରକ୍ଷାକର୍ମୀ

44

କନକ ବ୍ୟୁରୋ : ବଢିଲା ହୀରାକୁଦ ନଦୀବନ୍ଧର ସୁରକ୍ଷା । ପୁଲିସ ବଦଳରେ ଏଥର ସୁରକ୍ଷା ଦାୟିତ୍ୱରେ ରହିବେ ଓଡିଶା ଶିଳ୍ପ ନିରାପତା ବାହିନୀ । ପୃଥିବୀର ଏହି ବିରାଟ ମାଟିବନ୍ଧକୁ ସୁରକ୍ଷା ଦେବେ ୧୦୦ ଜଣ ଯବାନ୍ । ଅନେକ ସମୟରେ ହୀରାକୁଦର ସୁରକ୍ଷାକୁ ନେଇ ସାଧାରଣ ଲୋକ ଚିନ୍ତା ପ୍ରକଟ କରୁଥିବା ବେଳେ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

ହୀରାକୁଦ ନଦୀବନ୍ଧକୁ ସୁରକ୍ଷା ଦେବ ଓ.ଆଇ.ଏସ୍.ଏଫ୍ ବା ଓଡିଶା ଶିଳ୍ପ ନିରାପତା ବାହୀନି । ଆଗରୁ ହୀରାକୁଦ ନଦୀବନ୍ଧ ସୁରକ୍ଷା ଓଡିଶା ପୁଲିସ କରୁଥିବା ବେଳେ ଏବେ ଏ ଗୁରୁ ଦାୟିତ୍ୱ ତୁଲାଇବେ ଓ.ଆଇ.ଏସ୍.ଏଫର ଯବାନ । ହୀରାକୁଦ ଡ୍ୟାମର କୌଣସି କ୍ଷତି ହେଲେ ଲକ୍ଷଲକ୍ଷ ଜୀବନ ମୃତ୍ୟୁମୁଖରେ ପଡିବାର ସମ୍ଭାବନା ରହିଛି । ତେଣୁ ଏଠାରେ ସୁରକ୍ଷାକୁ କଡାକଡି କରିବା ପାଇଁ ଦାବି ହୋଇଆସୁଥିଲା ।

ଓଡିଶା ଶିଳ୍ପ ନିରାପତା ବାହୀନିର ୧୦୦ ଜଣ ଯବାନ ହୀରାକୁଦକୁ ଜଗିବେ । ୭୫ ପୁରୁଷ ୨୫ ମହିଳା ଯବାନ ହୀରାକୁଦ ବନ୍ଧରେ ମୁତୟନ ରହିଛନ୍ତି । ଏପ୍ରିଲ ପହିଲାରୁ ଆଉ ୧୦୦ ଜଣ ଯବାନ୍ ହୀରାକୁଦ ଆସି ସୁରକ୍ଷା ଦାୟିତ୍ୱ ନେବେ । ଡ୍ୟାମ୍ ଅଂଚଳ, ଡ୍ୟାମକୁ ଲାଗି ରହିଥିବା ଅନ୍ୟ କିଛି ଅଂଚଳକୁ ସୁରକ୍ଷା ଦେବେ ଓ.ଆଇ.ଏସ୍.ଏଫ୍ ଯବାନ ।