ପୁରୀ ଟ୍ରେନ୍ ପୋଡି ମାମଲା : ଏସଡିଜେଏମ୍ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍

25

ପୁରୀ ବ୍ୟୁରୋ,କନକ ନ୍ୟୁଜ୍ : ପୁରୀ ଟ୍ରେନ୍ ପୋଡି ମାମଲା । ପୁରୀ ଏସଡିଜେଏମ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ । ସୁବାସ କୋର୍ଟରେ ହାଜର ହେବାର ଆଜି ଥିଲା ଶେଷ ତାରିଖ । ତେବେ ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । କୋର୍ଟରେ ହାଜର ହେବା ପରେ ସୁବାସକୁ ପୁରୀ ଜେଲକୁ ପଠାଇ ଦିଆଯାଇଛି । ଆବଶ୍ୟକ ପଡିଲେ ଜିଆରପି ପୁଣି ଥରେ ସୁବାସକୁ ରିମାଣ୍ଡରେ ନେଇପାରେ ବୋଲି କହିଛନ୍ତି ଜିଆରପି ଡିଏସପି ।