ଆଜି ପୁଣି ଥରେ ଖୋଲିବ ବିବାଦୀୟ ସାବରିମାଳା ମନ୍ଦିର : ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଶ୍ରଦ୍ଧାଳୁଙ୍କୁ କରିବାକୁ ପଡେ ଏହି ୫ଟି କଠିନ କାମ

ଆଜି ପୁଣି ଥରେ ଖୋଲିବ ସାବରିମାଳା ମନ୍ଦିର

72

ମନ୍ଦିରକୁ ମହିଳାଙ୍କ ପ୍ରବେଶ ବର୍ଜନକୁ ନେଇ ଚର୍ଚ୍ଚାରେ ରହିଛି ସାବରିମାଳା ମନ୍ଦିର । କେରଲ ସ୍ଥିତ ଏହି ମନ୍ଦିର ଆଜି ସନ୍ଧ୍ୟାରେ ବିଶେଷ ପୂଜା ପାଇଁ ଖୋଲୁଛି । ଏହି ମନ୍ଦିର ବାର୍ଷିକ ପୂଜା ପାଇଁ ନଭେମ୍ବର ମଧ୍ୟ ଭାଗରେ ୩ ମାସ ପାଇଁ ଖୋଲାଯାଏ । ପ୍ରତିମାସ ଏଠି ୫ ଦିନର ମାସିକ ପୂଜା ବି ହୋଇଥାଏ । ବାର୍ଷିକ ପୂଜା ପାଇଁ ମନ୍ଦିର ପର୍ଯ୍ୟନ୍ତ ଯିବାର ପ୍ରକ୍ରିୟା ବହୁତ କଠିନ ହୋଇଥାଏ । ଏହାର ପ୍ରସ୍ତୁତି ୪୧ ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥାଏ । ଏହା ପାଇଁ ଶ୍ରଦ୍ଧାଳୁଙ୍କୁ ନା କେବଳ ଶାରୀରିକ ବରଂ ମାନସିକ ରୂପେ ଫିଟ୍ ହେବାକୁ ପଡେ ।

ପ୍ରଥମ କାମ : ବାର୍ଷିକ ଦର୍ଶନ ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ୪୧ ଦିନର ବ୍ରତ(ଉପବାସ) କରିବାକୁ ପଡେ । ଏହି ବ୍ରତ ସାଧାରଣ ଭାବେ ନଭେମ୍ବରର ମଧ୍ୟଭାଗରେ ଆରମ୍ଭ ହୋଇଥାଏ ।

ଦ୍ୱିତୀୟ କାମ : ବ୍ରତ ସମୟରେ ଶ୍ରଦ୍ଧାଳୁ କୌଣସି ସାମାଜିକ ଗତିବିଧିରେ ଭାଗ ନେଇପାରିବେ ନାହିଁ । ତାଙ୍କୁ ନିଜର ସମୟ ପ୍ରାର୍ଥନା ଓ ଭଜନ ଗାଇ ବିତାଇବାକୁ ପଡିବ । ଏହି ସମୟରେ ମନ୍ଦିରକୁ ଯିବା ଉଚିତ୍, ଗରୀବ ଓ ରୋଗୀଙ୍କୁ ସହାୟତା କରିବା ଉଚିତ୍ ।

ତୃତୀୟ କାମ : ଶ୍ରଦ୍ଧାଳୁଙ୍କୁ ଭୂଇଁରେ ଶୋଇବାକୁ ପଡେ । ତକିଆ ଜାଗାରେ କାଠର ବ୍ୟବହାର କରିବାକୁ ପଡେ । ଖାଲି ପାଦରେ ଚାଲିବାକୁ ପଡେ ।

ଚତୁର୍ଥ କାମ : ଶରୀର ଓ ବାଳରେ ତେଲ ଲଗାଇପାରିବେନି । ସବୁବେଳେ ନିଜ ସହିତ ତୁଳସୀ ପତ୍ର ରଖିବାକୁ ପଡିବ । ଖରାପ ବିଚାର ଯେମିତି ଆଖପାଖକୁ ନଆସେ ।

ପଂଚମ ମାସ : ବ୍ରତ ସମୟରେ ଶ୍ରଦ୍ଧାଳୁକୁ କେବଳ ଶୁଦ୍ଧ ଶାକାହାରୀ ଭୋଜନ କରିବାକୁ ପଡିବ । କୌଣସି ପ୍ରକାରର ଶାରୀରିକ କିମ୍ବା ମୌଖିକ ହିଂସା ନକରିବା ଉଚିତ୍ । ମଦ, ତମାଖୁ ଓ ଅନ୍ୟ ମାଦକ ଦ୍ରବ୍ୟ ବ୍ୟବହାର ନକରିବା ଉଚିତ୍ ।