ଚାଷୀଙ୍କ ସମସ୍ୟା ପାଇଁ ଗଠନ ହେଲା ମନ୍ତ୍ରୀ ସ୍ତରୀୟ କମିଟି । କୃଷି ,ପଂଚାୟତରାଜ ଓ ସମବାୟ ମନ୍ତ୍ରୀ ରହିବେ ସଦସ୍ୟ

ତମାଣ୍ଡୋରେ ଚାଷୀ ଭାଙ୍ଗିଲେ ୧୪୪ ଧାରା

172

କନକ ବ୍ୟୁରୋ: ଚାଷୀଙ୍କ ସମସ୍ୟା ନେଇ ଗଠନ ହେଲା ୩ ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । କମିଟିରେ କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ସଦସ୍ୟ ଅଛନ୍ତି । କମିଟିରେ ଟର୍ମ ଅଫ ରେଫରେନ୍ସ ପ୍ରସ୍ତୁତ କରାଯିବ । ଟର୍ମ ଅଫ ରେଫେରେନ୍ସ ଅନୁଯାୟୀ ଦାବି ଗୁଡିକ ଆଲୋଚନା କରାଯିବ । ଚାଷୀଙ୍କ ଦାବିକୁ ସରକାର ସହୃଦୟତାର ସହ ବିଚାର କରୁଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ସେପଟେ ତମାଣ୍ଢୋରେ ଚାଷୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ଚାଷୀ ୧୪୪ ଧାରା ଭାଙ୍ଗିଛନ୍ତି । ଚାଷୀଙ୍କୁ ପୁଲିସ ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ବ୍ୟାରିକେଡ ଭାଙ୍ଗି ଭୁବନେଶ୍ୱର ଅଭିମୁଖେ ଚାଷୀଙ୍କ ଶୋଭାଯାତ୍ରା ଆସୁଛି ।ହଂସପାଳ ଓ ତମାଣ୍ଡୋରେ ୧୪୪ ଧାରା ସହ ଚାଷୀଙ୍କ ସହର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ସପ୍ତାହେ ବ୍ୟାପୀ ପଦଯାତ୍ରା ପରେ ରାଜଧାନୀ ଉପକଣ୍ଠରେ ପହଂଚିଛନ୍ତି । ଆଜିି ରାଜଧାନୀରେ ବିଶାଳ ସମାବେଶର ଯୋଜନା ରଖିଥିବା ବେଳେ ପ୍ରଶାସନିକ ଅନୁମତି ମିଳି ନାହିଁ । ଅନ୍ୟପଟେ ଆନ୍ଦୋଳନକୁ ରୋକିବା ନେଇ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ଅଟକିଛନ୍ତି କୃଷକ ।