ଘୁଙ୍ଗୁର ବାନ୍ଧିଲେ ଗହମଗୋରୀ ! କଂସ ଦରବାରରେ ଦେଶୀ ବିଟରେ ନାଚିବେ ବିଦେଶୀ

89

କନକ ବ୍ୟୁରୋ : କଳା ସାହିତ୍ୟ ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏହି ଧନୁଯାତ୍ରାକୁ ଉପଭୋଗ କରିବାକୁ ଦେଶ ତଥା ଦେଶ ବାହାରୁ ଛୁଟି ଆସନ୍ତି ଦର୍ଶକ ଓ କଳାକାର । ଚଳିତ ବର୍ଷ ଋଷିଆରୁ ଛୁଟି ଆସିଛନ୍ତି ଦୁଇ ଜଣ କଳାକାର । ଆଜି ମହାରାଜା କଂସଙ୍କ ଦରବାରରେ ସେମାନେ ପରିବେଷଣ କରିବେ ସମ୍ବଲପୁରୀ ନୃତ୍ୟ । ଲୋକପ୍ରିୟ ସମ୍ବଲପୁରୀ ଗୀତ ଲବଙ୍ଗଲତା ଗଜ ମୁକୁତାରେ ସେମାନେ ଲୋକନୃତ୍ୟ ପରିବେଷଣ କରିବେ ।

ଋଷିଆର ଏହି ଦୁଇ ମହିଳା ବୁଝି ପାରୁ ନାହାଁନ୍ତି ଆମର ଭାଷାକୁ । କିନ୍ତୁ ନୃତ୍ୟ ପ୍ରତି ଥିବା ତାଙ୍କର ଆଗ୍ରହ ଯୋଗୁଁ ସେମାନେ କେବଳ ଅନ୍ୟର ନୃତ୍ୟ ଦେଖି ଏହାକୁ ବେଶ୍ ଭଲଭାବରେ ଶିଖିଛନ୍ତି । ଏହା ସହିତ ସେମାନେ ସ୍ଥାନୀୟ ଶିଶୁ ମନ୍ଦିରର ଛାତ୍ରୀମାନଙ୍କୁ ଋଷିଆର ନୃତ୍ୟ ଶିକ୍ଷା ଦେଇଛନ୍ତି । କଂସ ଦରବାରରେ ଏହି ନୃତ୍ୟ ପରିବେଷଣ କରିବେ ଛାତ୍ରୀମାନେ ।