ଦିଲ୍ଲୀରେ ରନ୍ ଫର ରିଓ ମାରାଥନକୁ ଉଦଘାଟନ କଲେ ମୋଦି

29

ଦିଲ୍ଲୀ ବ୍ୟୁରୋ କନକ ନ୍ୟୁଜ : ରିଓ ଟିକେଟ ପାଇଥିବା କ୍ରୀଡାବିତଙ୍କୁ ଶୁଭେଚ୍ଛା । ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ଦିଲ୍ଲୀରେ ମାରାଥନ୍ । ରନ୍ ଫର ରିଓ ନାଁରେ ଆୟୋଜନ କରାଯାଉଥିବା ଏହି ମାରାଥନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୧୯ ଆଥଲେଟଙ୍କ ପାଇଁ ଦୌଡିଛନ୍ତି ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଏଥିସହ ଦେଶର ଅଲିମ୍ପିକ ଯାତ୍ରାକୁ ନେଇ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ପୁସ୍ତକକୁ ଉନ୍ମୋଚନ କରିଛନ୍ତି ମୋଦି । ପ୍ରାୟ ୨୦ ହଜାର ସ୍କୁଲ ଛାତ୍ରଛାତ୍ରୀ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରୁ ବାହାରି ଜବାହାରଲାଲ ନେହେରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲେ । ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ସହ କ୍ରୀଡା ପ୍ରତି ଦେଶର ସମ୍ମାନକୁ ପ୍ରଦର୍ଶନ କରିବା ପାଇଁ ଏଭଳି ଆୟୋଜନ କରାଯାଇଥିବା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ବିଜୟ ଗୋଏଲ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରତର ଗୌରବ ପାଇଁ ବ୍ରାଜିଲରେ ୧୧୯ କ୍ରୀଡାବିତ ପ୍ରତିଦ୍ୱନ୍ଦ୍ୱିତା କରିବେ ।