ରୁଚିକାରୁ ଫେରାର ୧୧ ପିଲାଙ୍କ ମାଷ୍ଟରମାଇଣ୍ଡ ବାଂଲାଦେଶୀ ନାବାଳକ ଠାବ ! ନାଁ ବଦଳାଇ ରହୁଥିଲା ଚୌଦ୍ୱାରରେ

47

କନକ ବ୍ୟୁରୋ : ରୁଚିକା ଚାଇଲ୍ଡଲାଇନରୁ ୧୧ ପିଲା ନିଖୋଜ ଘଟଣାର ମାଷ୍ଟରମାଇଣ୍ଡ ବାଂଲାଦେଶୀ ନାବାଳକ ତମିନ ହସନକୁ କଟକ ଚୌଦ୍ୱାରର ଏକ ଅନୁଷ୍ଠାନରୁ ଠାବ କରାଯାଇଛି । ସେଠାରେ ସେ ଛଦ୍ମନାମ ରାଜ ହାସନ ନାଁରେ ରହୁଥିଲା । ଉଦ୍ଧାର ପରେ ତମିନକୁ କଟକର ସେରଭେଂଟସ ଅଫ ଇଣ୍ଡିଆନ ସୋସାଇଟିରେ ରଖାଯାଇଛି ।

ତମିନ ନାଁରେ ଚୋରୀ ଓ ଅନ୍ୟ ଘଟଣାରେ ଅପରାଧିକ ମାମଲା ରହିଛିା ମେ’ ୧ତାରିଖରେ ତମିନ ଅନ୍ୟ ୧୧ ଜଣ ପିଲାଙ୍କ ମତାଇ ଚାଇଲ୍ଡଲାଇନରୁ ଫେରାର ହୋଇଯାଇଥିଲା । ଘଟଣା ୧ତାରିଖର ହୋଇଥିଲେ ସୁଦ୍ଧା ୩ଦିନ ପର ଲିଙ୍ଗରାଜ ଥାନାରେ ମାମଲା ରୁଜୁ କରାଯାଇଥିଲା । ପରେ ଜଣେ ନାବାଳକକୁ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଥିଲେ ବି ଅନ୍ୟ ପିଲାଙ୍କ ଏ ଯାଏଁ ପତା ମିଳିନାହିଁ ।