କଟକ ଷ୍ଟେସନରେ ଟିଟିଇଙ୍କ ଦବଙ୍ଗଗିରି ! ନିଶାଗ୍ରସ୍ତ ହୋଇ ରେଷ୍ଟୁରାଂଟ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ମରଣାନ୍ତକ ଆକ୍ରମଣ

20

କନକ ବ୍ୟୁରୋ: କଟକ ଷ୍ଟେସନ ପରିସରରେ ଥିବା ରେଷ୍ଟୁରାଂଟରେ ଟିଟିଇଙ୍କ ଉନ୍ମତକାଣ୍ଡ । ଉତ୍ୟକ୍ତ ଅବସ୍ଥାରେ ରେଷ୍ଟୁରାଂଟ ରୋଷେୟାଙ୍କ ଉପରକୁ ମାଡି ଯାଉଛନ୍ତି ଟିଟିଇ ଜଣଙ୍କ । ନିଶାଶକ୍ତ ଅବସ୍ଥାରେ ରେଷ୍ଟୁରାଂଟର ରୋଷେୟାଙ୍କୁ ନିର୍ଧୁମ ମାଡ ମାରୁଛନ୍ତି । ଠିକ୍ ଏକ ମାସ ତଳର ଏହି ଦୃଶ୍ୟ ରେଷ୍ଟୁରାଂଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ବଡ କଥା ହେଉଛି, ସିସିଟିଭିର ଦୃଶ୍ୟ ନିରିହ ରୋଷେୟାଙ୍କ ପ୍ରତି ଲଗା ଯାଇଥିବା ମିଛ ଅଭିଯୋଗର ପଦ୍ଦ।ଫାଶ କରିଛି । ଏକ ମାସ ତଳେ ଯେତେବେଳେ ରୋଷେୟା ଜଣଙ୍କ ରେଳବାଇ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ସେତେବେଳେ ଓଲଟା ରୋଷେୟାଙ୍କ ଉପରେ ଦୋଷ ଦେଇଥିଲେ ଟିଟିଇ ଜଣଙ୍କ । କିନ୍ତୁ ଏହି ସିସିଟିଭିର ଦୃଶ୍ୟ, ଟିଟିଇଙ୍କ ମିଛ ଅଭିଯୋଗକୁ ପଦାରେ ପକାଇ ଦେଇଛି ।

ବିଳମ୍ବିତ ରାତିରେ ରେଷ୍ଟୁରାଂଟ ବନ୍ଦ ସମୟରେ ନିଶାସକ୍ତ ଅବସ୍ଥାରେ ପହଂଚିଥିଲେ ଟିଟିଇ ବିପିନ ସିଂହ । ଟେବୁଲ ବାଡେଇ ଅଣ୍ଡା ଅମଲେଟ୍ ପାଇଁ ଅର୍ଡର ଦେଇଥିଲେ । ରେଷ୍ଟୁରାଂଟ ବନ୍ଦ ହୋଇଥିବାରୁ ଅଣ୍ଡା ଆମଲେଟ୍ ହୋଇପାରିବା ନାହିଁ ବୋଲି ରୋଷେୟା କହିବା କ୍ଷଣି ତାତି ଉଠିଥିଲେ ରେଳବାଇ ବାବୁ । ଆଉ ଏହାପରେ ଉତେଜିତ ହୋଇ ରେଷ୍ଟୁରାଂଟ କର୍ମଚାରୀଙ୍କୁ ମାଡ ମାରି ଲହୁଲୁହାଣ କରି ଦେଇଥିଲେ । ଟିଟିଇଙ୍କ ଗୁଣ୍ଡାଗିରି ଘଟଣାକୁ ନେଇ ରେଷ୍ଟୋରାଂଟ ମାଲିକ ରେଳବାଇ ଉଚ୍ଚ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –