ରାଉରକେଲାରେ ଛତୁଆ ଖାଉଛନ୍ତି ମଇଁଷି ! କନକ ନ୍ୟୁଜ କ୍ୟାମେରାରେ କଏଦ ହେଲା ଦୁର୍ନୀତିର ଚିତ୍ର

110

କନକ ବ୍ୟୁରୋ : ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ଛତୁଆ ଯୋଗାଣର ବ୍ୟବସ୍ଥା କରାଯାଇଛି । କିନ୍ତୁ ବର୍ତମାନ ମଇଁଷିମାନେ ଏହି ଛତୁଆ ଖାଉଛନ୍ତି  । କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏକଥା ସତ । ରାଉରକେଲାର କିଛି ମଇଁଷିଶାଳାରେ ଏବେ ମଇଁଷି ଛତୁଆ ଖାଉଥିବାର ଦେଖିବାକୁ ମିଳିଛି । ଏହି ମଇଁଷିଶାଳାରୁ ଛତୁଆ ପ୍ୟାକେଟ ମିଳିବାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।

ଗତବର୍ଷ ଏହି ମଇଁଷିଶାଳାରୁ ବହୁ ପରିମାଣର ଛତୁଆ ଜବତ ହୋଇଥିଲା । ଆଉ ଏହାକୁ ନେଇ ସାମାଜିକ କର୍ମୀମାନେ ପ୍ରତିବାଦ କରିଥିଲେ । ଆଇସିଡିଏସର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଛତୁଆକୁ ପ୍ରସ୍ତୁତ କରାଯାଉଥିବାବେଳେ ଅଂଗନବାଡି କେନ୍ଦ୍ର ମାଧ୍ୟମରେ ହିତାଧୀକାରୀଙ୍କ ପାଖକୁ ପହଂଚାଯାଇଥାଏ । ଏବେ ପ୍ରଶ୍ନ ଉଠୁଛି ହିତାଧିକାରୀଙ୍କୁ ଛାଡି କିଭଳି ଏହି ଛତୁଆ ବାହାରେ ମିଳୁଛି । ଛତୁଆ ମିଳିବାପରେ ଏହା ପଛରେ କାହାର ହାତ ରହିଛି ସଠିକ ତଦନ୍ତ କରାଯିବାକୁ ଦାବି ହୋଇଛି ।