ରାଉରକେଲାରୁ ଗିରଫ ସିମି ଆତଙ୍କବାଦୀଙ୍କ ନାଁରେ ଚାର୍ଜସିଟ୍ : ଏସଡିଜେଏମ କୋର୍ଟରେ ଦାଖଲ କଲା କ୍ରାଇମବ୍ରାଂଚ

30

ରାଉରକେଲା : ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଂଚ। ରାଉରକେଲା ଏସଡିଜେଏମ କୋର୍ଟରେ କ୍ରାଇମବ୍ରାଂଚ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି। ଗତ ଫେବ୍ରୁଆରୀ ୧୭ ତାରିଖରେ ଷ୍ଟୁଡେଂଟ ଇସ୍ଲାମିକ ମୁଭମେଂଟ ଅଫ ଇଣ୍ଡିଆ- ସିମିର ୫ଜଣ ଆତଙ୍କବାଦୀଙ୍କୁ ବିଳମ୍ବିତ ରାତିରେ ରାଉରକେଲାରୁ ଗିରଫ କରାଯାଇଥିଲା।

ଏମାନଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି। ଏମାନଙ୍କ ନିକଟରୁ ୩ଟି ପିସ୍ତଲ, ୧୧ ରାଉଣ୍ଡ ଗୁଳି ଓ ୭ଟି ମୋବାଇଲ ଫୋନ ଜବତ କରାଯାଇଥିଲା। ନକଲି ପରିଚୟପତ୍ର ଓ ନକଲି ପାସପୋର୍ଟ ବି ଜବତ କରିଥିଲା ପୋଲିସ। ଏହି ୫ ଆତଙ୍କବାଦୀଙ୍କୁ ଏନଆଇଏ ଓ କ୍ରାଇମବ୍ରାଂଚ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା।